କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରୁ ପୁଲିସ ୨୦ ହଜାର ଜିଲୋଟିନ୍ ଛଡ଼ ଜବତ କରିଛି । ଏତେ ପରିବାମାଣର ବିସ୍ଫୋରକ ମିଳିବା ପରେ ପ୍ରଶ୍ନ ଉଠୁଛି କି, ଦିଲ୍ଲୀ ଭଳି ପଶ୍ଚିମବଙ୍ଗରେ ବିସ୍ଫୋରଣ କରିବାକୁ ଆତଙ୍କବଦୀମାନେ ଷଡଯନ୍ତ୍ର କରିଥିଲେ କି ?
ତିରୁପତି ଲଡୁରେ ଗୋରୁ ଚର୍ବି ମାମଲା : ପ୍ରସାଦ ପଛରେ ୫୦ ଲକ୍ଷର ଗେମ୍ ପ୍ଲାନ୍
ପୁଲିସର ସୂଚନା ମୁତାବକ ପଶ୍ଚିମବଙ୍ଗର ବୀରଭୂମରେ ୫୦ ଟି ବ୍ୟାଗରେ ଥିବା ୨୦ ହଜାର ଜିଲୋଟିନ୍ ଛଡ଼ ଜବତ ହୋଇଛି । ଏହି ବିସ୍ଫୋଟକ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଆସୁଥିଲା । ମଙ୍ଗଳବାର ରାତିରେ ବୀରଭୂମର ସୁଲତାନପୁର ନଲହାଟି ଠାରେ ପୁଲିସ ଚେକିଂ ସମୟରେ ଏକ ପିକଅପ୍ ଭ୍ୟାନକୁ ଅଟକାଇଥିଲା । ଯେଉଁଥିରୁ ଏତେ ପରିମାଣର ବିସ୍ଫୋଟକ ମିଳିଥିଲା । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ପୁଲିସ କହିଛି କି, ବେଆଇନ ଭାବେ ଏହି ଜିଲୋଟିନ୍ ଛଡ଼ ଅଣାଯାଉଥିଲା । ଏବେ ଯାଂଚ ଏଜେନ୍ସି ଘଟଣାର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରିଛି । ପତ୍ତା ଲଗାଉଛି କି, ବୀରଭୂମରୁ ଜବତ ହୋଇଥିବା ଗାଡି ଫରିଦାବାଦ ଆତଙ୍କୀ ମଡେଲ ସହ କିଛି ସଂପର୍କ ରହିଛି କି ନାହିଁ ।
ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର
ଜିଲୋଟିନ୍ ଛଡ଼କୁ ଏକ ଶସ୍ତା ବିସ୍ଫୋଟକ ବୋଲି କୁହାଯାଏ । ଯାହାକୁ ସାଧାରଣ ଭାବେ ଖନନ ଓ ନିର୍ମାଣ କାମରେ ବ୍ୟବହାର କରାଯାଏ । ଜିଲୋଟିନ୍ ଛଡ଼ରୁ ବିସ୍ଫୋଟକ ବି ବନା ଯାଏ ଓ ଡିଟୋନେଟର ସହାୟତାରେ ବିସ୍ଫୋରଣ କରାଯାଏ । ସେପଟେ ଏତେ ପରିମାଣର ବିସ୍ଫୋଟକ ମିଳିବା ପରେ ପଶ୍ଚିମବଙ୍ଗ ପୁଲିସ ଆଲର୍ଟ ଜାରି କରିଛି । ଭିଡ଼ ସ୍ଥାନ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବଜାରରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/12/malkangiri-2025-11-12-21-03-58.jpg)