କନକ ବ୍ୟୁରୋ : ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶ୍ରୁତି ଆସେ , ଆଉ ସେ ପ୍ରତିଶ୍ରୁତି ବଳରେ ଭୋଟ ମିଳେ । ନିକଟରେ ସମାପ୍ତ ହୋଇଥିବା ବିହାର ମତଦାନରେ ବମ୍ପର ଭୋଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ,ପୁରୁଷଙ୍କ ଠାରୁ ମହିଳା ମାନେ ଅଧିକ ମତଦାନ କରିଥିଲେ । କେଉଁ ପ୍ରତିଶ୍ରୁତି ଯୋଗୁଁ ମହିଳା ମାନେ ଭୋଟ୍ ଦେଲେ ଓ କାହାକୁ ଦେଲେ ? ନୀତୀଶଙ୍କ ଯୋଜନା ନା ତେଜସ୍ବୀଙ୍କ ରଣନୀତି?
ଶୁକ୍ରବାର ବିହାର ଗଣତି , ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ଛାତି ଧଡ଼ଧଡ଼ଟ୍ଟ ହେବନି ବା କେମିତି ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ରହିଛି । ଗତ କାଲି ଆସିଥିବା ଏଗଜିଟ୍ ପୋଲ୍ ଦେଖି ଏନଡିଏ ଶିବର ଉତ୍ସାହିତ ଅନ୍ୟପଟେ ମହାମେଣ୍ଟ କହୁଛି ଏଗଜିଟ୍ ପୋଲ ଏକଷ୍ଟାକ୍ଟ ପୋଲ୍ ନୁହେଁ ଆଉ କଥା କଥାରେ ମମତା ଦିଦିଙ୍କ ଉଦାହରଣ ଦେଉଛି । ମତଦାନ ପରେ ଚର୍ଚ୍ଚାରେ ବିହାର ,ଚଳିତ ବର୍ଷ ମତଦାନ ହାରରେ ରେକର୍ଡ କରିଛି ବିହାର, ଆଉ ମତଦାନ ଅଧିକ ହେବାରେ ଅଧିକ ହାତ ଥିଲା ମହିଳାଙ୍କର । ସେଥିପାଇଁ ତ ଏନଡିଏ ଓ ମହାମେଣ୍ଟ ନିର୍ବାଚନ ଜିତିବାରେ ମହିଳାଙ୍କୁ ଅସ୍ତ୍ର କରିଥିଲେ ମାଆ ମାନଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଲେ ଆଉ ମତଦାନ ଦିନ ନିରାଶ କଲେନି ମହିଳା । ମହିଳାମାନେ ଖାଲି ଭୋଟ ଦେଉନାହାନ୍ତି ବରଂ କ୍ଷମତା ବଜାୟ ରଖିବା ଏବଂ ସରକାରଙ୍କୁ ଆଣିବା -ବିଦା କରିବାରେ ମଧ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ,ମହିଳାମାନେ ନୀତୀଶ କୁମାରଙ୍କ ସରକାରକୁ ରକ୍ଷା କରିପାରିବେ କି ? ଦେଶରେ ମହିଳା ଭୋଟରଙ୍କ ମତଦାନ ଢାଞ୍ଚା ପରିବର୍ତ୍ତନ ହେଉଛି । ବିହାରରେ ମୋଟ ମତଦାନ ପ୍ରତିଶତ ଥିଲା ୬୬.୯୧ ପ୍ରତିଶତ, ଯେଉଁଥିରେ ମହିଳାମାନେ ୭୧.୦୬ ପ୍ରତିଶତ ଭୋଟ୍ ଦେଇଥିଲେ । ପୁରୁଷଙ୍କ ଦ୍ୱାରା ୬୨.୮ ପ୍ରତିଶତ ଭୋଟ୍ ଦିଆଯାଇଛି । କେବଳ ବିହାର ନିର୍ବାଚନରେ ନୁହେଁ, ଲୋକସଭା ନିର୍ବାଚନରେ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ମହିଳାଙ୍କ ଭୋଟଦାନ ଧାରାରେ ପରିବର୍ତ୍ତନ ହୋଇଥିବା ପରି ମନେ ହେଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ବିହାର ବିଜୟର ଶ୍ରେୟ ବିଜେପିର ସାଇଲେଣ୍ଟ ଭୋଟରଙ୍କୁ ଦେଇଥିଲେଏବଂ ମୋଦି ନିଜେ କହିଥିଲେ, ନୀରବ ଭୋଟରମାନେ ଆଉ କେହି ନୁହଁନ୍ତି ବରଂ ମହିଳା ।
ଦିଲ୍ଲୀ ଭଳି ପଶ୍ଚିମବଙ୍ଗରେ ବି ବିସ୍ଫୋରଣ ଯୋଜନା ! ବୀରଭୂମରୁ ୨୦ ହଜାର ଜିଲୋଟିନ୍ ଛଡ଼ ଜବତ
- ମାଇ ବହେନ୍ ବନାମ ନଗଦ ୧୦ହଜାର
- ଏନଡିଏ ମହିଳାଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା
- ତେଜସ୍ୱୀ ଏହି ପରିମାଣକୁ ତିନିଗୁଣ କରି ପ୍ରତିବର୍ଷ ୩୦ ହଜାର ଟଙ୍କା ଘୋଷଣା
- ମହାମେଣ୍ଟ କ୍ଷମତାକୁ ଆସେ, ପ୍ରତ୍ୟେକ ମହିଳାଙ୍କୁ ‘ମାଇ ବହେନ୍’ ଯୋଜନା’ରେ ବାର୍ଷିକ ୩୦ହଜାର
- ତେଜସ୍ୱୀ ଯାଦବ ‘ଜୀବିକା ଦିଦି’ (ସ୍ୱୟଂ ସହାୟକ ଗୋଷ୍ଠୀ)ଙ୍କୁ ମଧ୍ୟ ଅନେକ ପ୍ରତିଶ୍ରୁତି ଦେଇଥିଲେ
- ମହାମେଣ୍ଟ ସରକାର ଆସିଲେ ଏସଏଚଜି ମହିଳା ମାସିକ ୨ହଜାର ଟଙ୍କାର ସହାୟତା
- ମହିଳାଙ୍କ ପାଇଁ ନୀତୀଶଙ୍କ ମେଗା ପ୍ଲାନିଂ: ପଞ୍ଚାୟତ ନିର୍ବାଚନରେ ୫୦% ସଂରକ୍ଷଣ, ସ୍କୁଲ ଝିଅଙ୍କ ପାଇଁ ସାଇକେଲ ଯୋଜନା ଏବଂ ମହିଳା ଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସହାୟତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/12/bihar-2025-11-12-21-22-02.jpg)