ଦିଲ୍ଲୀଠୁ ଓଡ଼ିଶା , ବିଜେପି ଅଫିସରେ ମିଠା ପସରା ; ବିଜୟ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି

ଭୋଟ ଗଣତି ନସରୁଣୁ ଟ୍ରେଣ୍ଡକୁ ଦେଖି ବିଜେପି ଅଫିସରେ ଖୁସିର ମାହୋଲ । ଦିଲ୍ଲୀରୁ ବିହାର -ପାଟନାରୁ ଓଡ଼ିଶା ସବୁଠି ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଇଁ ପ୍ରସ୍ତୁତି ।

sweet

celebration preparation, bjp office Photograph: (kanaknews)

କନକ ବ୍ୟୁରୋ: ଚାଲିଛି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି । ଏବେ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ବିହାରରେ JDU  ୭୮ ଆସରେ ଆଗୁଆଥିବାବେଳେ ବିଜେପି ୭୩ ସିଟରେ ଆଗୁଆ ରହିଛି । ତାପରକୁ RJDକୁ ମିଳିଲାଣି ୪୧ ଆସନ ।ଏହାଛଡ଼ା LJPRVକୁ ମିଳିଛି ୧୭ ଆସନ । ଏହାସହ ବିହାରରେ ବହୁମତକୁ ଟପିଗଲାଣି NDA  । ଯଦି ଏହି ଟ୍ରେଣ୍ଡ ବଜାୟ ରହେ ତେବେ ବିହାରରେ ବି ପରୋକ୍ଷରେ ବିଜେପିର ହିଁ ବିଜୟ ହେବ ।

ପଞ୍ଚମ ରାଉଣ୍ଡର ଟ୍ରେଣ୍ଡ୍: ସ୍ନେହାଙ୍ଗିନୀଙ୍କୁ ଟପି ଦ୍ବିତୀୟ ସ୍ଥାନରେ ଘାସିରାମ, ବହୁ ଆଗରେ ଜୟ ଢୋଲକିଆ

ସେହିପରି ନୂଆପଡ଼ା Byelection  ଭୋଟ ଗଣତିରେ ମଧ୍ୟ ବିଜେପି ବେଶ୍ ଆଗୁଆ ରହିଛି । ପଞ୍ଚମ ରାଉଣ୍ଡରେ ବି ବିଜେପି ଆଗେଇ ଚାଲିଛି । ତୃତୀୟ ସ୍ଥାନକୁ ଖସିଛି ବିଜେଡି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଏବେସୁଦ୍ଧା ୨୫୧୯୫ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ  ୬୭୯୭ ଭୋଟ୍ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି  ୬୫୩୮ଖଣ୍ଡ ଭୋଟ୍ । ପ୍ରାରମ୍ଭିକ ରାଉଣ୍ଡରୁ ହିଁ ବିଜେପିର ଜୟ ଢୋଲକିୟା ଆଗୁଆ ଥିବାରୁ ତାଙ୍କ ବିଜୟ ଏକ ରକମ୍ ନିଶ୍ଚିତ ବୋଲି କୁହାଯାଉଛି । 

ଖାକି ଛାଡ଼ି ଖଦି ପିନ୍ଧିଥିଲେ ; ଜମାଲପୁର ଜନତା ଭରସା ରଖିବେ ତ?

 ଭୋଟ ଗଣତି ନସରୁଣୁ ଟ୍ରେଣ୍ଡକୁ ଦେଖି ବିଜେପି ଅଫିସରେ ଖୁସିର ମାହୋଲ । ଦିଲ୍ଲୀରୁ ବିହାର, -ପାଟନାରୁ ଓଡ଼ିଶା ସବୁଠି ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଇଁ ପ୍ରସ୍ତୁତି । ପୁରୀ, ପିଠାଠାରୁ ଆରମ୍ଭ କରି ଗରମାଗରମ ଜିଲାପି, ରସଗୋଲା, ଗୁଲାବଜାମୁନ୍ ସବୁର ପସରା ସଜା ହୋଇ ରହିଲାଣି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe