କନକ ବ୍ୟୁରୋ: ଆଜି ବିହାର ଉପରେ ସାରା ଦେଶର ନଜର । ସବୁ ବିଧାନସଭା ଆସନ ଭିତରେ ସବୁଠାରୁ ରୋମାଞ୍ଚକର ପ୍ରତିଯୋଗିତା ଚାଲିଛି ମୁଙ୍ଗେର ଜିଲ୍ଲା ଜମାଲପୁର ସିଟରେ । କାରଣ ଏଠାରେ ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ସିଂହମ୍ ଭାବେ ଜଣାଯାଉଥିବା ଶିବଦୀପ ଲାଣ୍ଡେ ରାଜନୀତିରେ ନିଜ ଭାଗ୍ୟ ପରଖୁଛନ୍ତି । ପ୍ରଥମଥର ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । JDUରୁ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଏବଂ ମହାଗଠବନ୍ଧନ ପ୍ରାର୍ଥୀ ନରେନ୍ଦ୍ର ତନ୍ତୀଙ୍କ ଉପସ୍ଥିତି ପ୍ରତିଯୋଗିତାକୁ ବେଶ୍ ଆକର୍ଷଣୀୟ କରିଛି ।
ଆଜି ବିହାର ଫୈସଲା: ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଚିତ୍ର
ବିହାରର ସିଂହମ୍ ଏଥର ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ଆଜି ଶିବଦୀପ ଲାଣ୍ଡେଙ୍କ ପ୍ରତି ଜନତାଙ୍କ ସମର୍ଥନ , ଲୋକପ୍ରିୟତା କେତେ ଅଛି ତାହା ସ୍ପଷ୍ଟ ହେବ । ରାଜନୀତି ତଥା ଜନତାଙ୍କ ସେବା କରିବାକୁ ଯିଏ ଖାକି ଛାଡ଼ି ଖଦି ପିନ୍ଧିଲେ ତାଙ୍କ ପ୍ରତି ପ୍ରକୃତରେ ଲୋକଙ୍କର କେତେ ସହୃଦୟତା ଅଛି ତାହା ସ୍ପଷ୍ଟ ହେବ । ରାଜନୀତିରେ ଲାଣ୍ଡେଙ୍କ ପ୍ରବେଶ ଜମାଲପୁର ଆସନରେ ପ୍ରତିଯୋଗିତାକୁ ତ୍ରିକୋଣୀୟ କରିଛି । ତାଙ୍କ ପାଇଁ ଜମାଲପୁର ସମୀକରଣ ବି ବଦଳିଯାଇଛି । ଜେଡିୟୁ ଲାଣ୍ଡେଙ୍କୁ ଟିକେଟ୍ ଦେବାକୁ ମନା କରିବା ପରେ ନଚିକେତା ମଣ୍ଡଳଙ୍କୁ ଟିକେଟ୍ ଦେଇଥିଲା । ଜଣେ ପୂର୍ବତନ ମନ୍ତ୍ରୀଙ୍କ ଟିକେଟ୍ ମଧ୍ୟ କାଟିଦେଇଥିଲା ଜେଡିୟୁ । ତେଣୁ ଅସନ୍ତୋଷ ହୋଇ ସେମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ପୂରା ପ୍ରତିଯୋଗିତାକୁ ଭିନ୍ନ ମୋଡ଼ ଦେଇଛି ।
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନ୍ଡିଏ ଆଗରେ ଥିବା ବେଳେ ମହାମେଣ୍ଟ ପଛରେ ପଡ଼ିଛି । ଏବେସୁଦ୍ଧା ସୂଚନା ଅନୁସାରେ, ୨୪୩ରୁ ଏନ୍ଡିଏ ୬୨ଟି ଆସନରେ ଆଗୁଆ ରହିଛି । ମହାମେଣ୍ଟ ୩୨ଟି ଆସନରେ ଆଗୁଆ ରହିଛି । ଅନ୍ୟ ଦଳ ୭ଟି ଆସନରେ ଆଗୁଆ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/14/2-2025-11-14-08-44-08.jpg)