କନକ ବ୍ୟୁରୋ: ସାମ୍ନାକୁ ଆସିଲା ନୂଆପଡ଼ା ଉପନିର୍ବାଚନର ପଞ୍ଚମ ରାଉମ୍ଡର ଟ୍ରେଣ୍ଡ୍ । ଏହି ରାଉଣ୍ଡରେ ସ୍ନେହାଙ୍ଗିନୀଙ୍କୁ ଟପି ଦ୍ବିତୀୟ ସ୍ଥାନରେ ଅଛନ୍ତି କଂଗ୍ରେସର ଘାସିରାମ ମାଝୀ । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ୬୭୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୬୫୩୮ ଖଣ୍ଡ ଭୋଟ ପାଇଛି । ଅର୍ଥାତ ବିଜେଡିଠାରୁ କଂଗ୍ରେସ ୨୫୯ ଖଣ୍ଡ ଭୋଟରେ ଆଗୁଆ ରହିଛି । ସେହିପରି ବିଜେଡି ଆଉ କଂଗ୍ରେସଠାରୁ ବହୁ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ବିଜେପି ୨୫୧୯୫ ଖଣ୍ଡ ଭୋଟ ପାଇଛନ୍ତି, ଆଉ ୧୮୩୯୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । 

Advertisment

ଭୋଟ ଗଣତିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ପାରଦର୍ଶିତାର ସହ ଶେଷ କରିବା ପାଇଁ ସାମିଲ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ଚାଲିଛି । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେଉଛି । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଜନୀତି ତେଜିଛି ।

ଆହୁରି ପଢ଼ନ୍ତୁ... ବିଜେଡି, କଂଗ୍ରେସ କଡା ଲଢ଼େଇ; ଆଗରେ ମାଡ଼ିଚାଲିଛନ୍ତି ଜୟ

ସେହିପରି ଆଜି  ବିହାର ବିଧାନସଭା ନିର୍ବାଚନ ଫଳାଫଳ ବି ଆସିବ । କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ । ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ, ନାଁ ବୁଥ୍‌ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୁରା ଦେଶର ନଜର ରହିଛି ।