କନକ ବ୍ୟୁରୋ: ଚାଲିଛି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି । ଏବେ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ବିହାରରେ JDU ୭୮ ଆସରେ ଆଗୁଆଥିବାବେଳେ ବିଜେପି ୭୩ ସିଟରେ ଆଗୁଆ ରହିଛି । ତାପରକୁ RJDକୁ ମିଳିଲାଣି ୪୧ ଆସନ ।ଏହାଛଡ଼ା LJPRVକୁ ମିଳିଛି ୧୭ ଆସନ । ଏହାସହ ବିହାରରେ ବହୁମତକୁ ଟପିଗଲାଣି NDA । ଯଦି ଏହି ଟ୍ରେଣ୍ଡ ବଜାୟ ରହେ ତେବେ ବିହାରରେ ବି ପରୋକ୍ଷରେ ବିଜେପିର ହିଁ ବିଜୟ ହେବ ।
ପଞ୍ଚମ ରାଉଣ୍ଡର ଟ୍ରେଣ୍ଡ୍: ସ୍ନେହାଙ୍ଗିନୀଙ୍କୁ ଟପି ଦ୍ବିତୀୟ ସ୍ଥାନରେ ଘାସିରାମ, ବହୁ ଆଗରେ ଜୟ ଢୋଲକିଆ
ସେହିପରି ନୂଆପଡ଼ା Byelection ଭୋଟ ଗଣତିରେ ମଧ୍ୟ ବିଜେପି ବେଶ୍ ଆଗୁଆ ରହିଛି । ପଞ୍ଚମ ରାଉଣ୍ଡରେ ବି ବିଜେପି ଆଗେଇ ଚାଲିଛି । ତୃତୀୟ ସ୍ଥାନକୁ ଖସିଛି ବିଜେଡି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଏବେସୁଦ୍ଧା ୨୫୧୯୫ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୬୭୯୭ ଭୋଟ୍ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୬୫୩୮ଖଣ୍ଡ ଭୋଟ୍ । ପ୍ରାରମ୍ଭିକ ରାଉଣ୍ଡରୁ ହିଁ ବିଜେପିର ଜୟ ଢୋଲକିୟା ଆଗୁଆ ଥିବାରୁ ତାଙ୍କ ବିଜୟ ଏକ ରକମ୍ ନିଶ୍ଚିତ ବୋଲି କୁହାଯାଉଛି ।
ଖାକି ଛାଡ଼ି ଖଦି ପିନ୍ଧିଥିଲେ ; ଜମାଲପୁର ଜନତା ଭରସା ରଖିବେ ତ?
ଭୋଟ ଗଣତି ନସରୁଣୁ ଟ୍ରେଣ୍ଡକୁ ଦେଖି ବିଜେପି ଅଫିସରେ ଖୁସିର ମାହୋଲ । ଦିଲ୍ଲୀରୁ ବିହାର, -ପାଟନାରୁ ଓଡ଼ିଶା ସବୁଠି ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଇଁ ପ୍ରସ୍ତୁତି । ପୁରୀ, ପିଠାଠାରୁ ଆରମ୍ଭ କରି ଗରମାଗରମ ଜିଲାପି, ରସଗୋଲା, ଗୁଲାବଜାମୁନ୍ ସବୁର ପସରା ସଜା ହୋଇ ରହିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/14/sweet-2025-11-14-10-43-16.jpg)