କନକ ବ୍ୟୁରୋ: ଘିକୁଆଁରୀ ବା ଘୃତକୁମାରୀ ଅନେକ ରୋଗର ପଥି । ବେଶି କରି କେଶର ଏକ ପ୍ରାକୃତିକ ସପ୍ଲିମେଣ୍ଟ ଭାବେ ଏହାକୁ ବ୍ୟବହାର କରାଯାଏ  । ନୂଆ ଚୁଟି ଉଠିବାକୁ ବା ଚନ୍ଦାପଣ ଦୂର କରିବାକୁ ଅନେକ ଘିକୁଆଁରୀ ବା ଆଲୋଭେରା ବ୍ୟବହାର କରନ୍ତି  । କିନ୍ତୁ ସତରେ କ’ଣ ଏହା ଚନ୍ଦାପଣ ଦୂର କରିବାରେ ଉପଯୋଗୀ ? ଏହା ପଛର ସତ କ’ଣ ?

Advertisment

ସମସ୍ତେ ଚାହାନ୍ତି ସେମାନଙ୍କ କେଶ ଲମ୍ବା, ଘନ, ଓ କଳା ହେଉ ।ଏଥିପାଇଁ ଆଜିକାଲି ଲୋକେ ପ୍ରଚୂର ଅର୍ଥ ଖର୍ଚ୍ଚ କରୁଛନ୍ତି । ମହଙ୍ଗା ସାମ୍ପୁ, କଣ୍ଡିସନର, ସପ୍ଲିମେର୍‌ଟ କିଣୁଛନ୍ତି । ଖାଲି ଏତିକି ନୁହେଁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦେଖି ବିଭିନ୍ନ ହୋମ୍ ରେମେଡି ବ୍ୟବହାର କରିଥାନ୍ତି । ଏସବୁ ରେମେଡି ଭିତରେ ମୁ୍‌ଣ୍ଡରେ ଆଲୋଭେରା ଜେଲ୍ ଘଷିବା ବି ଖୁବ୍ ଭାଇରାଲ ହୁଏ ଯାହାକୁ ଅନେକ ବ୍ୟବହାର ବି କରନ୍ତି । ଲୋକଙ୍କ ବିଶ୍ବାସ, କାଳେ କେଶ ମୂଳରେ ଘିକୁଆଁରୀ ଜେଲ ଘଷିଲେ ନୂଆ ଚୁଟି ଉଠିବା ସହ ଚନ୍ଦାପଣ ଦୂର ହୁଏ । କେଶ ଝଡ଼ିବା ବନ୍ଦ ହୁଏ । ସତରେ କ’ଣ ଏପରି ହୁଏ ? 

ଘିକୁଆଁରୀ ରସ ଦୂର କରେ ଦାନ୍ତ ଯନ୍ତ୍ରଣା ! ଜାଣନ୍ତୁ କିପରି . . .

ଆଲୋଭେରା ପତ୍ର ଭିତରେ ଥାଏ ଥଣ୍ଡା, ଅଠାଳିଆ ଜେଲ୍ ଯେଉଁଥିରେ ଅଛି ଭିଟାମିନ୍ ଏ, ସି, ଇ, ବି ୧୨ ସହ ଜିଙ୍କ୍ ଓ ମ୍ୟାଗ୍ନେସିୟମ୍ । ଏହି କାରଣରୁ ମୁଣ୍ଡ କୁଣ୍ଡାଇହେବା, ରୂପି ସମସ୍ୟାକୁ ଦୂରେଇବା ସହ କେଶକୁ ମୁଲାୟମ କରିବାକୁ ଆଲୋଭେରା ଜେଲ ମାଲିସ୍ କରାଯାଏ । ଆଲୋଭେରା ଜେଲ କେଶକୁ ପୋଷଣ ଦିଏ । କିନ୍ତୁ ଯଦି ଚନ୍ଦାପଣ ଦୂରେଇବାର ପ୍ରଶ୍ନ ଆସେ ତାହେଲେ କହିବାକୁ ହେବ ଏଯାଏଁ କୌଣସି ଗବେଷଣାରୁ ଏହା ସ୍ପଷ୍ଟ ହୋଇନାହିଁ ଯେ ଆଲେଭେରା ଜେଲ୍ ବ୍ୟବହାର କରିବାରେ ନୂଆ ଚୁଟି ଉଠେ  କିମ୍ବା ଚନ୍ଦାପଣ ଦୂର ହୁଏ ବୋଲି  ବରଂ ଏହା ମୁଣ୍ଡର ତ୍ବଚାକୁ ସୁସ୍ଥ ରଖିବା ସହ କେଶ ମୂଳକୁ ମଜଭୁତ କରେ । ହଁ ସୁସ୍ଥ କେଶ ପାଇଁ ଆଲୋଭେରା ଏକ ସହଯୋଗୀ ଉପାଦାନ ହୋଇପାରେ କିନ୍ତୁ ଏହା କୌଣସି ଯାଦୁକରୀ ନୁହେଁ ଯେ ଚନ୍ଦାପଣ ଦୂର ହୋଇଯିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । 

ଘିକୁଆଁରୀ ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ! ହେଲେ ଆସନ୍ତୁ ଜାଣିବା କେତେବେଳେ ଏହା ହାନିକାରକ ହୋଇଥାଏ

ଯଦି କେଶ ମୂଳରେ ଆଲେଭେରା ଜେଲ ଲଗାଉଛନ୍ତି ତାକୁ ଲଗାଇବାର ଠିକ୍ ଟିପ୍ସ ଜାଣିବା ଦରକାର । ଏଲୋଭେରା ପତ୍ରକୁ କାଟି ସେଥିରୁ ଜେଲ ବାହାର କରନ୍ତୁ । ଏହାକୁ ହାତରେ ନେଇ କେଶ ମୂଳ ହାଲକା ମାଲିସ୍ କରନ୍ତୁ । ଏହାକୁ ୩୦ରୁ ୪୫ ମିନିଟ ରଖିବା ପରେ ସାମ୍ପୁ କରିଦିଅନ୍ତୁ । ସପ୍ତାହକୁ ଏଭଳି ୨ରୁ ୩ ଥର କରନ୍ତୁ , ଧୀରେ ଧୀରେ କେଶରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କିନ୍ତୁ ଯଦି ଆପଣଙ୍କର ଆଲର୍ଜି ସମସ୍ୟା ଥାଏ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟା ଥାଏ ତାହେଲେ ଆଲେଭେରା ଲଗାଇବା ଆଗରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।  କିନ୍ତୁ ଏହା ଠିକ୍ ଯେ, ଘିକୁଆଁରୀ ଏକ ପ୍ରାକୃତିକ ଶସ୍ତା, ଓ ଉପାଦେୟ କଣ୍ଡିସନର ଭାବେ କାମ ଦିଏ ।