କନକ ବ୍ୟୁରୋ: କାମର ବ୍ୟସ୍ତତା ଭିତରେ ଫେସିଆଲ କରିବା ପାଇଁ ଅନେକଙ୍କ ପାଖରେ ଅଧିକାଂଶଙ୍କ ସମୟ ନଥାଏ । ଫଳରେ ସ୍କିନ୍ ଖରାପ ହେବାକୁ ଲାଗେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ସହଜରେ ଫେସିଆଲ କରିବାର ଉପାୟ ଜାଣନ୍ତୁ । 

Advertisment

କମ୍ ସମୟରେ ଫେସିଆଲ ତିଆରି କରି ତ୍ବଚାକୁ ନରମ ଓ ମୁଲାୟମ୍ କରିବାକୁ ଚାହୁଥିଲେ ମାତ୍ର ଦୁଇଟି ଷ୍ଟେପ୍ ଆପଣାନ୍ତୁ । ପ୍ରଥମେ ସ୍କ୍ରବିଂ ଓ ଦ୍ବିତୀୟରେ ଫେସ୍ ପ୍ୟାକ୍ । 

ସ୍କ୍ରବିଂ : ଫେସିଆଲ ନିମନ୍ତେ ପ୍ରଥମେ ସ୍କ୍ରବିଂ କରିବା ଦରକାର    । ଏଥିପାଇଁ ମୁହଁକୁ ଭଲଭାବେ ଧୋଇ ସଫା କପଡ଼ାରେ ପୋଛିଦିଅନ୍ତୁ । ଏହାପରେ ଏକ ପାତ୍ରରେ ୧ ଚାମଚ କଫି ଗୁଣ୍ଡ , ୧ ଚାମଚ ନଡ଼ିଆ ତେଲକୁ ମିଶାଇ ଭଲଭାବେ ମୁହଁରେ ଲଗାଇ ହାଲକା ଭାବେ ମସାଜ୍ କରନ୍ତୁ । ସର୍କୁଲାର ମୋସନରେ ହିଁ ମସାଜ୍ କରନ୍ତୁ । ଏପରି କରିବା ଫଳରେ ତ୍ବଚାରେ ଥିବା ମୃତ କୋଷଗୁଡିକ ବାହାରିଯିବ । ଏଭଳିଭାବେ ପ୍ରାୟ ୧୦ ମିନିଟ୍ ମସାଜ୍ କରିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ , ଫ୍ରେଶ୍ ଲାଗିବ । ଏହାପରେ ଫେସିଆଲର ଦ୍ବିତୀୟ ଷ୍ଟେପ୍ ନିମନ୍ତେ ଏକ ଫେସପ୍ୟାକ୍ ଲାଗିବାକୁ ହେବ ।

ଫେସପ୍ୟାକ୍ : ବାହାରୁ କୌଣସି ଫେସପ୍ୟାକ୍ କିଣିବା ବଦଳରେ ଘରେ ଥିବା ବିଭିନ୍ନ ସାମଗ୍ରୀରେ ମଧ୍ୟ ଭଲଭାବେ ଫେସିଆଲ କରାଯାଇପାରିବ । ଏଥିପାଇଁ ଏକ ପାତ୍ରରେ ଅଧା ଚାମଚ ହଳଦି , ୧ ଚାମଚ ଦହି , ୧ ଚାମଚ କଫି, ୧ ଚାମଚ ନଡ଼ିଆ ତେଲ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପ୍ୟାକକୁ ମୁହଁ ଓ ବେକରେ ଭଲଭାବେ ଲଗାଇ ଦିଅନ୍ତୁ । ୧୫-୨୦ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହରେ ଅତି କମରେ ଥରେ ଏଭଳି ଫେସିଆଲ କରନ୍ତୁ । କିଛି ଦିନ ପରେ ତ୍ବଚା ମୁଲାୟମ୍ ହେବା ସହ ସୁନ୍ଦର ଦେଖାଯିବ ।