ଘିକୁଆଁରୀ ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ! ହେଲେ ଆସନ୍ତୁ ଜାଣିବା କେତେବେଳେ ଏହା ହାନିକାରକ ହୋଇଥାଏ

82

2ଭିଟାମିନ୍ସ , ମିନେରାଲ୍ସ ଓ ଆଂଟି-ଅକ୍ସିଡେଂଟେସର ଭଣ୍ଡାର ହେଉଛି ଆଲଏବେରା (ଘିକୁଆଁରୀ) । ଆୟୁର୍ବେଦରେ ଏହାର ଅନେକ ଔଷଧୀୟ ଗୁଣ ବିଷୟରେ କୁହାଯାଇଛି । ଅନେକ ବୈଜ୍ଞାନିକ ଅନୁସନ୍ଧାନରୁ ଏହା ଜଣା ଯେ ଘିକୁଆଁରୀ ଜୁସ୍ ସେବସ ଦ୍ୱାରା ଏହା ଡାଇବେଟିସ୍ କଂଟ୍ରୋଲ୍ ହେବାରେ ସାହାଯ୍ୟ କରିଥାଏ ଏବଂ ପାଚନକ୍ରିୟା ମଧ୍ୟ ଭଲ ହୋଇଥାଏ । ଆଉ ମଧ୍ୟ କୁହାଯାଇଛି ଯେ କିଛି କ୍ଷତି ବି ହୋଇପାରେ । ଆସନ୍ତୁ ଜାଣିବା ଘିକୁଆଁରୀ ଜୁସ୍ ସେବନ ଦ୍ୱାରା କେତେବେଳେ ଉପକାରୀ ଓ କେତେବେଳେ ହାନିକାରକ ହୋଇଥାଏ ।

ଘିକୁଆଁରୀ ବା ଆଲଏବେରା ଜୁସ୍ ନିୟମିତ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଠିକ୍ ହୋଇଥାଏ । ଏହା ଏସିଡିଟି ଓ ଗ୍ୟାସ୍ ସମସ୍ୟା ପାଇଁ ବହୁତ ଫାଇଦାପୂର୍ଣ୍ଣ ଔଷଧ ଅଟେ । ଏହା ଛଡା ଏହା ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ଶରୀରରୁ ବିଷାକ୍ତ ତତ୍ୱକୁ ବାହାର କରିବାର ଗୁଣ ମଧ୍ୟ ଅଛି । ଘିକୁଆଁରୀ ଜୁସ୍ ପ୍ରତିଦିନ ପିଇବା ଦ୍ୱାରା ପେଟ ବି ସଫା ରହିଥାଏ ।

3ଲିଭର ଡିସଅର୍ଡର, ଆନିମିୟା,ପିଲିୟା ଭଳି ରୋଗଗୁଡିକର ଚିକିତ୍ସା ରେ ଘିକୁଆଁରୀ ଜୁସ୍ ଖୁବ୍ ଉପକାରୀ ଅଟେ । ଏହା ଶରୀରରେ ସବୁ ପ୍ରକାର ହର୍ମୋନାଲ ସମସ୍ୟାର ସମାଧାନ ପାଇଁ କାମରେ ଆସେ । ତ୍ୱଚାରେ ଚମକ୍ ପାଇଁ ଘିକୁଆଁରୀ ଏକ ବରଦାନ ସଦୃଶ ଅଟେ । ତ୍ୱଚାକୁ ମଏଚରାଇଜ୍ କରିବା ସହ ଏହା କେଶକୁ ବି ଖୁବ୍ ସୁନ୍ଦର କରିଥାଏ । ଶରୀରରେ ସୁରକ୍ଷା ତନ୍ତ୍ରର ମଜବୁତ୍ ପାଇଁ ନିୟମିତ ରୂପରେ ଘିକୁଆଁରୀ ଜୁସ୍ ସେବନ କରିବା ଉଚିତ୍ ।
ଉପକାରୀ ଘିକୁଆଁରୀ ବି କ୍ଷତି କରିପାରେ –

4୧ – ( କୈାଣସି ରୋଗର ଔଷଧ ନେଉଥିଲେ) ଯେତେବେଳେ ଆପଣ କୈାଣସି ରୋଗର ଔଷଧ ଖାଉଛନ୍ତି , ସେତିକି ବେଳେ ଘିକୁଆଁରୀ ଜୁସ୍ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହା ଅନ୍ୟ ଔଷଧ ସହ ଖରାପ ପ୍ରତିକ୍ରିୟା କରିପାରେ ।

୨ –( ଗର୍ଭବତୀ ମହିଳା ପାଇଁ ବିପଦ) – ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ଘିକୁଆଁରୀ ଜୁସ୍ ପିଇବା ଉଚିତ୍ ନୁହେଁ । କାରଣ ଏହା ଗର୍ଭବତୀ ମହିଳାଙ୍କ ଗର୍ଭାଶୟର ସଙ୍କୋଚନକୁ ପ୍ରଭାବିତ କରିପାରେ । ଯେଉଁତିରେ ଗର୍ଭପାତର ସମ୍ଭାବନା ରହିଥାଏ । ସ୍ତନ୍ୟପାନ କରାଉତିବା ମହିଳାଙ୍କର ସ୍ୱାସ୍ଥ୍ୟ ବିଗିଡି ପାରେ ।

5୩- (ହୃଦଘାତ ରୋଗୀଙ୍କ ପାଇଁ କ୍ଷତିକାରକ)– ଘିକୁଆଁରୀ ଜୁସ୍ ରେ ଥିବା ଏଣ୍ଡ୍ରେନାଲାଇନର ଅତ୍ୟଧିକ ମାତ୍ରା ହୃଦଘାତ ରୋଗରେ ପୀଡିତ ବ୍ୟକ୍ତି ପାଇଁ ହାନିକାରକ ହୋଇପାରେ । ଏହା ଶରୀରରେ ପୋଟାସିୟମର ମାତ୍ରାକୁ କମ୍ କରିଦିଏ । ଏହା ଦ୍ୱାରା ହୃଦୟର ସ୍ପନ୍ଦନ ଅନିୟମିତ ହୋଇପାରେ । ଦୃର୍ବଳତା ମଧ୍ୟ ଲାଗିପାରେ ଏବଂ ମାଂସପେଶୀ ନରମ ହୋଇଯାଏ । ଏଥପାଇଁ ଏହା ଛୋଟ ପିଲା ଓ ବୟସ୍କମାନଙ୍କୁ ପିଇବାକୁ ବାରଣ କରିବା ଉଚିତ ।

୪- ( ଏହାକୁ ଅତ୍ୟଧିକ ସେବନ କ୍ଷତିକାରକ)- ଏହି ଘିକୁଆଁରୀକୁ ସେବନ କରିବା ନିଶ୍ଚିତ ତ ଭଲ , ହେଲେ ଏହାକୁ ଅତ୍ୟଦିକ ସେବନ କଲେ , ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସୀମିତ ମାତ୍ରାରେ ଓ ଡାକ୍ତରଙ୍କ ପରାମର୍ଶରେ ଏହା ସେବନ କଲେ ଏହା ହାନିକାରକ ହୋଇନଥାଏ ।

(ସୌଜନ -ନବଭାରତ ଟାଇମ୍ସ )