କନକ ବ୍ୟୁରୋ : ବେଙ୍ଗାଲୁରୁ -ହାଇଦ୍ରାବାଦ ଜାତୀୟ ରାଜପଥରେ ବସ୍ ଜଳି ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୃତକଙ୍କ ପରିବାରରକୁ ସମବେଦନା ଜଣାଇବା ସହ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । 

Advertisment

ସୂଚନା ମୁତାବକ ହାଇଦ୍ରାବାଦ-ବେଙ୍ଗାଲୁରୁ ଏନଏଚ ଉପରେ ହୁତୁ ହୁତୁ ହୋଇ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି ।  ବସ୍‌.ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏନଏଚରେ ଏହି ଅଘଟଣ ଘଟିଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା  ଚିନ୍ନା ଟେକୁରୁ ଗାଁ ନିକଟରେ ବାଇକ୍ ସହ ଧକ୍କା ହେବାରୁ ବସ୍ ଲାଗିଥିଲା ନିଆଁ । ବସ୍ ଯାଉଥିବା ବେଳେ ହଠାତ୍ ବସଟି ସାମ୍ନାପଟୁ ଆସି ପିଟି ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା । ବସରେ ପ୍ରାୟ ୪୨ ଜଣ ଯାତ୍ରୀ ଯାଉଥିଲେ । ସେମାନଙ୍କ ମଧ୍ୟରେ ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ବିହାର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କପୁରି ଠାକୁରଙ୍କ ଗାଁରୁ ଆରମ୍ଭ କରିବେ ଜନସଭା

ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା । ତଥାପି, ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ କାଳେଶ୍ୱରମ୍ ଟ୍ରାଭେଲ୍ସର ଏକ ବସ୍ ଏକ ମୋଟରସାଇକେଲ ସହିତ ଧକ୍କା ଦେଇଥିଲା । ପରେ ବସ୍‌ଟି ନିଆଁ ଲାଗିଯାଇଥିଲା । ପୁଲିସ କହିଛି, ଦୁର୍ଘଟଣା ସମୟରେ ଡ୍ରାଇଭର ଏବଂ ସହାୟକଙ୍କ ସମେତ ମୋଟ ୪୨ ଜଣ ବସ୍‌ରେ ଥିଲେ। ଏପର୍ୟ୍ୟନ୍ତ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ମଧ୍ୟ ଉଲ୍ଲେଖନୀୟ ଯେ ପୂର୍ବରୁ ଅନେକ ବସ୍ ଦୁର୍ଘଟଣା ଘଟିଛି ।

କୋଲ୍ଡଡ୍ରିଙ୍କସ ବିଜ୍ଞାପନରେ ଥିଲେ ଅମୀରଙ୍କ ସହ ଐଶ୍: ଐଶଙ୍କ ମାତ୍ର ୪ ସେକେଣ୍ଡର ଝଲକ କରିଦେଲା ଦିୱାନା

ଏହି ବସ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଯଦିଓ ସଠିକ୍ ସଂଖ୍ୟା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ, କିନ୍ତୁ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କର ଚିକିତ୍ସା ଚାଲିଛି । ଏହି ବସ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଯଦିଓ ସଠିକ୍ ସଂଖ୍ୟା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ, କିନ୍ତୁ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କର ଚିକିତ୍ସା ଚାଲିଛି ।