କନକ ବ୍ୟୁରୋ : ୧୯୯୦ର ଘଟଣା । ଯେତେବେଳେ ଏକାଧିକ ବିଜ୍ଞାପନ ଦର୍ଶକଙ୍କ ବେଶ୍ ପସନ୍ଦ ଥିଲା । ସେସବୁ ଭିତରୁ ଗୋଟିଏ ଥିଲା କୋଲ୍ଡଡ୍ରିଙ୍କସ୍ ବିଜ୍ଞାପନ। ଏଥିରେ ନଜର ଆସିଥିଲେ ଅମୀର ଖାନ୍ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ସେତେବେଳେ ଐଶ୍ବର୍ଯ୍ୟା ବହୁତ ବଡ଼ ଷ୍ଟାର ନଥିଲେ । ଅମୀର ମଧ୍ୟ ମାତ୍ର କେତୋଟି  ଫିଲ୍ମ କରିଥିଲେ  । ଐଶ୍ବର୍ଯ୍ୟା କଲେଜରେ ପଢ଼ୁଥିଲେ। କିନ୍ତୁ ତାଙ୍କର ଗୋଟିଏ ଝଲକ ଦର୍ଶକଙ୍କୁ ଦିୱାନା କରିଦେଇଥିଲା । 

Advertisment

ନିକଟରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ଅନୁଭୂତିକୁ ମନେପକାଇଛନ୍ତି ବିଜ୍ଞାପନ ନିର୍ମାତା ପ୍ରହଲ୍ଲାଦ କକ୍କଡ । ୧୯୯୩ରେ ପେପ୍ସି ବିଜ୍ଞାପନରେ ଐଶ୍ବର୍ଯ୍ୟାଙ୍କ ମାତ୍ର ୪ ସେକେଣ୍ଡର ଆଡ୍ ଦେଖି ପୂରା ଦେଶର ଦର୍ଶକ ଚମକିପଡ଼ିଥିଲେ । ଆଉ ଐଶଙ୍କୁ ମିଳିଥିଲା ଖାସ୍ ପରିଚୟ। 

ପରକିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡିଲା ମହଙ୍ଗା

ପ୍ରହଲ୍ଲାଦ କହିଛନ୍ତି, ସବୁଠୁ କଷ୍ଟ କାମ ଥିଲା କାଷ୍ଟିଙ୍ଗ କରିବା । ଏହି ଆଡ୍ ପାଇଁ ଠିକ୍ ଚେହେରା ଦରକାର ଥିଲା । ସେ ସମୟରେ ଐଶ୍ବର୍ଯ୍ୟାଙ୍କୁ ବେଶି କେହି ଜାଣିନଥିଲେ। ଆମକୁ ଏଭଳି ଏକ ଝିଅ ଦରକାର ଥିଲା ଯିଏ ମାତ୍ର ୪ ସେକେଣ୍ଡରେ ଲୋକଙ୍କୁ ଧ୍ୟାନ ଆକର୍ଷଣ କରିପାରୁଥିବ । ଯେମିତି ପୂରା ଦେଶ କହିବ, ୱାହ ଏ ଝିଅ କିଏ? ଠିକ୍ ସେମିତି ଘଟିଲା। 

ଏ ବିଜ୍ଞାପନ ଦେଖି ତାଙ୍କ ପାଖକୁ ଘନ ଘନ ଫୋନ୍ କଲ ଆସିଥିଲା । ଯେଉଁ ଦିନ ବିଜ୍ଞାପନ ରିଲିଜ୍ ହେଲା ସେଇ ଦିନରେ ତାଙ୍କ ପାଖକୁ ୫ହଜାରରୁ ଅଧିକ ଫୋନ୍ ଆସିଥିଲା । ସମସ୍ତେ ପଚାରୁଥିଲେ ସଞ୍ଜୁ କିଏ?  ପ୍ରହଲ୍ଲାଦ କହିଥିଲେ, ’ଐଶଙ୍କ ଆଖି ମୋତେ ଅକୃଷ୍ଟ କରିଥିଲା । ବିଜ୍ଞାପନ ପାଇଁ ମୁଁ ଯେତେ ଝିଅ ଦେଖୁଥିଲି ମୋ ମନ ମାନୁନଥିଲା । ମୋତେ ଗୋଟେ ଖାସ୍ ଚେହରା ଦରକାର ଥିଲା । ଯିଏ ମାତ୍ର ୪ ସେକେଣ୍ଡ ନୂଆ ଦୁନିଆକୁ ରୋକିଦେବ । ଏଭଳି ସମୟରେ କିଛି ଝିଅ ମୋତେ ଐଶ୍ବର୍ଯ୍ୟାଙ୍କ ବାବଦରେ କହିଥିଲେ। କାନ୍ଧରେ ଝୁଲା ଷ୍ଟାଇଲ ବ୍ୟାଗ୍ , ଫଟା ଜିନ୍ସ ସହ ମୁକୁଳା କେଶ, ଆର୍ଟିଟେକଚର ପଢ଼ୁଥିବା ଏ ଝିଅକୁ ମୁଁ ଦେଖିଥିଲି । ବାସ୍ ଓକେ କହିଦେଲି । ତାଙ୍କ ମେକଅପ୍ ଟେଷ୍ଟ ନେଲୁ, କିନ୍ତୁ ତାଙ୍କ ଆଖି ଦିଟା ଖାସ୍ ଥିଲା । ମୋତେ କିଛି ସମୟ ପାଇଁ ଲାଗିଲା ଯେମିତି ପୂରା ବ୍ରହ୍ମାଣ୍ଡ ତାଙ୍କ ଆଖିରେ ସମାହିତ ହୋଇଯାଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଐଶଙ୍କ ମୁଡ୍ ସହ ତାଙ୍କ ଆଖିର ରଙ୍ଗ ବି ବଦଳିଯାଏ । କେବେ ଧୂସର , କେବେ ହାଲକା ସବୁଜ ତ କେବେ ନୀଳ । ଏଭଳି ପରିବର୍ତ୍ତନ ଦେଖି ମୁଁ ହତବାକ୍ ହୋଇଯାଇଥିଲି । ଆଉ ମୋ ଆଡ୍ ବି ସାରା ବିଜ୍ଞାପନ ଦୁନିଆରେ ମାଲ କରିଦେଲା’।