କନକ ବ୍ୟୁରୋ: ଚିଲିକାରୁ ଚାଲିଛି ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲ, ପ୍ରଶାସନ, ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ଭାବେ ବେଆଇନ ଘେରିକୁ ଉଚ୍ଛେଦ କରାଯାଉଛି। ବୋଟ୍ ଉପରେ ବୁଲଡୋଜର୍ ସାହାଯ୍ୟରେ ବାହାର ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରୁଛି ସ୍ଥାନୀୟ ପ୍ରଶାସନ। ଦ୍ୱିତୀୟ ଦିନରେ ଚିଲିକାରୁ ପାଖାପାଖି ୧୫ ସହ ଏକର ବେଆଇନ ଘେରି ଉଛେଦ ହୋଇଥିବା ସୂଚନା ମିଳିଛି। ୩୦ ଜଣ ଲେବର ସାହାଯ୍ୟରେ ଜାଲ ବାଉଁଶ କିଳାକୁ ନଷ୍ଟ କରାଯାଉଛି। ଅନିର୍ଦ୍ଧିଷ୍ଟ କାଳ ପାଇଁ ଚିଲିକାରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଚିଲିକା ଉର୍ନ୍ନୟନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଆଇନଶୃଙ୍ଖଳା ପାଇଁ କୃଷ୍ଣପ୍ରସାଦ ତହସିଲର ଅତିରିକ୍ତ ତହସିଲଦାର କୃଷ୍ଣପ୍ରସାଦ ଥାନା ଆଇଆଇସି ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଆହୁରି ପଢ଼ନ୍ତୁ : ଖସୁଛି ପାରଦ, ବଢ଼ୁଛି ଶୀତ; ସାରା ରାଜ୍ୟରେ ଥଣ୍ଡାର ପ୍ରକୋପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/05/chilika-2025-12-05-09-30-00.jpg)