କନକ ବ୍ୟୁରୋ:  ଭୁବନେଶ୍ବର ସାଲିଆ ସାହିରେ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ । ଗୋଟିଏ ପଟେ ବିଏମ୍‌ସି ଥଇଥାନ କଥା କହୁଥିବା ବେଳେ ବସ୍ତି ବାସିନ୍ଦା କିନ୍ତୁ ଭଙ୍ଗା ଘରକୁ ଛାଡ଼ି ଯିବାକୁ ବି ନାରାଜ୍ । ଦୁଇ ଦିନ ହେଲାଣି ଜରି ପାଲ ତଳେ ବିତାଉଛନ୍ତି ଜୀବନ । 

Advertisment

ଭୁବନେଶ୍ବର ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ : ୩୦ ଅଟକ

ବିଏମ୍‌ସି, ବିଡିଏ ଓ କମିସନରେଟ ପୁଲିସର ମିଳିତ ସ୍କ୍ବାଡ୍ ପକ୍ଷରୁ ବସ୍ତି ଖାଲି କରାଯାଉଛି । ପୂର୍ବରୁ ୪୦୦ ଘର ଭାଙ୍ଗିଛି। ଆଗକୁ ମଧ୍ୟ ଆହୁରି ଘର ଭଙ୍ଗାଯିବ । ରାସ୍ତା ନିର୍ମାଣ ଲାଗି ୫୫୦ରୁ ଅଧିକ ଘର ଭାଙ୍ଗିବାକୁ ଟାର୍ଗେଟ୍ ରଖିଛି ବିଏମ୍‌ସି । କିଛି ଲୋକେ ବିଏମ୍‌ସିର ଆଶ୍ରୟସ୍ଥଳକୁ ନଯାଇ ଭଙ୍ଗା ଘର ପାଖେ ଜରି ପାଲ ଟାଣି ରାତି ବିତାଇଛନ୍ତି । ସ୍ଥାୟୀ ଜାଗା ଦାବିରେ ଅଟଳ ରହିଛନ୍ତି ବସ୍ତିବାସିନ୍ଦା । ଅନ୍ୟପଟେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି, ସେହି ଅନୁଯାୟୀ ଘର ଦିଆଯିବ ବୋଲି ବିଏମ୍‌ସି କମିସନର କହିଛନ୍ତି । 

ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ୧୩ କି.ମି ରାସ୍ତା ପାଇଁ ଭଙ୍ଗାଯିବ ୫୧୭ ଘର
ରାସ୍ତା ପାଇଁ ଗୋଟିଏ ପଟେ ବସ୍ତି ଖାଲି କରାଯାଉଛି । ଅନ୍ୟପଟେ ରାସ୍ତା ହେଲେ ଅନେକ ଗଛ ମଧ୍ୟ ବଳିପଡ଼ିବ । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ । ବସ୍ତି ସମସ୍ୟା ଲାଗି ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବସ୍ତିରେ ରହି ଜବରଦଖଲ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସେମାନଙ୍କୁ ସାହାଯ୍ୟ କରିଥିଲେ ପୂର୍ବ ସରକାର । ସେଥିଲାଗି ଆଜି ଏ ସମସ୍ୟା ଦ୍ବିଗୁଣିତ ହୋଇଥିବା ମନ୍ତ୍ରୀ କହିଛନ୍ତି । ରାଜଧାନୀରେ ବସ୍ତି ସମସ୍ୟାର କେବେ ହେବ ସମାଧାନ ? କେବେ ବସ୍ତିମୁକ୍ତ ହେବ ସହର? ତାହା ଦେଖିବାକୁ ବାକି ରହିଲା ।