କନକ ବ୍ୟୁରୋ : ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବୁଲିଲା ବୁଲ୍ଡୋଜର । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସରେ ଆଜି ସରକାରୀ ଭାବେ ହୋଇଛି ଜବରଦଖଲ ଉଚ୍ଛେଦ । କିଛି ଦିନ ତଳେ ଏହି ଫାର୍ମ ହାଉସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଗଣ୍ଡଗୋଳ ହୋଇଥିଲା । ଏହା ପରେ ପ୍ରଣବ ଏହି ଫାର୍ମ ହାଉସ ତାଙ୍କର ବୋଲି କହିବା ପରେ ଧର୍ମଶାଳା ତହସିଲ ପକ୍ଷରୁ ଆରମ୍ଭ ହୋଇଥିଲା ଛାନଭିନ ।
ବେଆଇନ ଦଖଲ କରି ଫାର୍ମହାଉସ୍ କରାଯାଇଥିବା ନେଇ ତଥ୍ୟ ମିଳିଥିଲା । ପ୍ରଣବ କିମ୍ବା ତାଙ୍କର ପ୍ରତିନିଧି ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ତିରିଶ ଦିନିଆ ନୋଟିସ ଜାରି କରାଯାଇଥିଲା । ଏହି ନୋଟିସ ପାଇବା ପରେ ପ୍ରଣବ ଓକିଲ ଜରିଆରେ ହାଇକୋର୍ଟରେ ଆବେଦନ କରିବା ସହ ତାଙ୍କର ୧୨ଏକର ୮୮ ଡିସିମିଲ ଜମି ଚିହ୍ନଟ କରିବାକୁ ପ୍ରାର୍ଥନା କରିଥଲେ । ଏଥି ସହିତ ପ୍ରଣବଙ୍କ ଜମି ଚିହ୍ନଟ ନ ସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ ନ କରିବାକୁ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥଲେ ।
ଅଧିକ ପଢନ୍ତୁ : ବ୍ରହ୍ମପୁର ଲାଞ୍ଜିପଲୀ କଲୋନୀରୁ ଜବରଦଖଲ ଉଚ୍ଛେଦ, କବଜାରେ ରହିଛି ୪୬ କ୍ୱାର୍ଟର୍ସ
ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତହସିଲ ପକ୍ଷରୁ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିଲା ଜମି ମାପଚୁପ । ଆଉ ଆଜି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ଧର୍ମଶାଳା ,ବଡ଼ଚଣା ତହସିଲଦାରଙ୍କ ସହ ଜେନାପୁର ଏକ ପ୍ଲାଟୁନ୍ ପୁଲିସ ଉପସ୍ଥିତ ଅଛନ୍ତି । ପ୍ରଣବଙ୍କ ଫାର୍ମହାଉସ୍ ଭିତରେ ଏକ ଏକରରୁ ଅଧିକ ସରକାରୀ ଜମି ଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/buldozer-2026-02-24-14-07-38.jpg)