କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ପୁଣି ବୁଲିଲା ବୁଲ୍‌ଡୋଜର। କେୟାର ହସ୍ପିଟାଲ ନିକଟ ନୀଳମାଧବ ବସ୍ତି ଭାଙ୍ଗିଛି ବିଏମ୍‌ସି । ଉଚ୍ଛେଦ ବେଳେ ପୁଲିସ-ବସ୍ତି ବାସିନ୍ଦା ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏପରିକି ଧସ୍ତାଧସ୍ତିରେ ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି । ଗୋଟିଏ ପଟେ ଭାଙ୍ଗୁଛି ଘର, ଅନ୍ୟପଟେ ପୁଲିସ ଗାଡ଼ି ଆଗରେ ବସ୍ତି ବାସିନ୍ଦାଙ୍କ ପ୍ରତିବାଦ । ଭୁବନେଶ୍ବର କେୟାର ହସ୍ପିଟାଲ ଅଞ୍ଚଳର ଏ ଖବର । ଏଭଳି ଛକାପଞ୍ଝା ଭିତରେ ହସ୍ପିଟାଲ ପାଖରେ ପାଖରେ ଥିବା ନୀଳମାଧବ ବସ୍ତି ଭାଙ୍ଗିଛି ପ୍ରଶାସନ। ପୁଲିସ ଉପସ୍ଥିତିରେ ବିଏମ୍‌ସି ଓ ବିଡିଏର ମିଳିତ ଟିମ୍ ଶତାଧିକ ଘର ଭାଙ୍ଗିଛନ୍ତି । ପୁଲିସ ସହ ଧସ୍ତାଧସ୍ତି ବେଳେ ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି । 

Advertisment

ବିଏମ୍‌ସି ରାତି ଅଧରେ ନୋଟିସ୍ ମାରି ହଠାତ୍ ଆସି ଘର ଭାଙ୍ଗିଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ସେହିପରି ଟ୍ରାଞ୍ଜିଟ୍ ହାଉସ୍‌ ବା ଅସ୍ଥାୟୀ ଶିବିରକୁ ନେଇ ବି ଦେଖାଦେଇଛି ବିବାଦ । ଗୋଟିଏ ଅସ୍ଥାୟୀ ଶିବିରରେ ଏକାଧିକ ପରିବାରକୁ ରଖାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଏ ଅଧିକାରୀ । କିଛି ଲୋକଙ୍କୁ ଘର ମିଳିଥିଲେ ବି ସେମାନେ ବସ୍ତି ଛାଡ଼ିଯାଉନଥିବା ବିଡିଏ ଅଧିକାରୀ କହିଛନ୍ତି । ରାଜଧାନୀ ଭୁବନେଶ୍ବରକୁ ବସ୍ତିମୁକ୍ତ କରିବାକୁ ଅଭିଯାନ ଜାରି ରହିଛି । ଆଗକୁ ଆଉ କେଉଁ ବସ୍ତି ପାଳି ପଡ଼ିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ--ମାଟିରେ ମିଶିଲା ଅଧା ବସ୍ତି: ଭୁବନେଶ୍ବର ସାଲିଆ ସାହିରେ ଉଚ୍ଛେଦ ପରେ ଭିଟାମାଟି ଅଭିମୁଖେ ଅଯୋଗ୍ୟ ହିତାଧିକାରୀ