ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ, ବସିଲା ସର୍ବଦଳୀୟ ବୈଠକ

Advertisment

ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ ।

ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ ।

Budget session of Parliament

Budget session of Parliament Photograph: (Google)

କନକ ବ୍ୟୁରୋ:  ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ । ଫେବ୍ରୁଆରି ପହିଲାରେ ଆଗତ ହେବ ୨୦୨୬-୨୭ ଆର୍ଥିକବର୍ଷର ବଜେଟ୍ । ସଂସଦକୁ ସୁରୁଖୁରରେ ଚଳାଇବା ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଆସନ୍ତାକାଲିଠାରୁ ଆରମ୍ଭ ହେଉଥବା ସଂଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା ।  ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବୈଠକ ଡକାଇଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଥିବା ବେଳେ ସଂସଦର ବଜେଟ୍ ଅଧିବେଶନରେ ଉଠାଇବା ପାଇଁ ସ୍ଥିର କରିଛନ୍ତି। ସବୁ ପ୍ରସଙ୍ଗର ଉତ୍ତର ଦିଆଯିବ ଓ ସଂସଦକୁ ଭଲରେ ଚଳାଇବା ପାଇଁ  ସରକାରଙ୍କ ପକ୍ଷରୁ ବିରୋଧୀଙ୍କୁ ଅନୁରୋଧ କରାଯାଇଛି ।

ଅଧିକ ପଢନ୍ତୁ:  ସ୍ପଷ୍ଟକଲେ ବାଚସ୍ପତି, ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍‌

ସଂସଦରେ ଏଥର ବିରୋଧୀ ଭିବି-ଜି- ରାମଜି ଆଇନ ପ୍ରସଙ୍ଗ ଉଠାଇବାର ଯଥେଷ୍ଟ ସମ୍ଭାବନା ଅଛି । ମହାତ୍ମା ଗାନ୍ଧୀଙ୍କ ନାଁ କାଟି ମନରେଗା ବଦଳରେ ସରକାର ଭିବି -ଜି -ରାମଜି ଆଇନ ଆଣିଥିବାରୁ କଂଗ୍ରେସ ପ୍ରଥମରୁ ଜୋରଦାର ବିରୋଧ କରିଆସୁଛି । ଏହି ପ୍ରସଙ୍ଗକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇପାରେ । ଅନ୍ୟ ପ୍ରସଙ୍ଗ ମଧ୍ୟ ବିରୋଧୀ ଉଠାଇବେ ବୋଲି ସ୍ଥିର କରିଛନ୍ତି ।
ବିରୋଧୀଙ୍କ ହାତରେ ପ୍ରସଙ୍ଗ
ଭିବି-ଜି- ରାମ-ଜି ଆଇନ
ପୁଣି ଉଠିପାରେ ଏସ୍‌ଆଇଆର୍‌
ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା
ଚୀନର ବେଆଇନ ନିର୍ମାଣ
ଦେଶର ବୈଦେଶିକ ନୀତି 
ବାୟୁ ପ୍ରଦୂଷଣ, ଅର୍ଥନୀତି
ଶିଶୁଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ 

ଅଧିକ ପଢନ୍ତୁ:  ବଦଳିଲା ବଜେଟ୍ ପରମ୍ପରା : ରେଳ ଓ ସାଧାରଣ ବଜେଟ୍‌ର ଏକତ୍ର ଯାତ୍ରା

ସଂସଦର ବଜେଟ୍ ଅଧିବେଶନ ଦୁଇ ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଜାନୁଆରି ୨୮ରୁ ଫେବ୍ରୁଆରି ୧୩ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଫେବ୍ରୁଆରି ପହିଲାରେ ରବିବାର ପଡୁଥିଲେ ବି ପୂର୍ବାହ୍ନ ୧୧ଟା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬- ୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍  ଉପସ୍ଥାପନ କରିବେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe