କନକ ବ୍ୟୁରୋ : ୨୦୨୬-୨୭ ଆର୍ଥିକବର୍ଷର ବଜେଟ୍ ଆସନ୍ତା ଫେବ୍ରୁଆରି ୧ ତାରିଖରେ ଉପସ୍ଥାପିତ ହେବ । ଲୋକସଭା ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ସୋମବାର ଏହା ସ୍ପଷ୍ଟ କରିଛନ୍ତି ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ କରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏହା ହେବ ୯ମ ବଜେଟ୍ ।
ଉଲ୍ଲେଖଯୋଗ୍ୟ ସଂସଦର ବଜେଟ୍ ଅଧିବେଶନ ଚଳିତମାସ ୨୮ ତାରିଖରୁ ଆରମ୍ଭ ହେବ ବୋଲି ନିକଟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଥିଲେ । ବଜେଟ୍ ଅଧିବେଶନ ଆସନ୍ତା ଏପ୍ରିଲ ୨ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ରେ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ । ବଜେଟ୍ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ।
ଅଧିକ ପଢ଼ନ୍ତୁ :
ସେପଟେ ଡିସେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୧.୩୩ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୩ ମାସ ମଧ୍ୟରେ ଏହା ସର୍ବାଧିକ । ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୦.୭୧ ପ୍ରତିଶତ, ଅକ୍ଟୋବରରେ ୦.୨୫ ପ୍ରତିଶତ ଭଳି ନିମ୍ନସ୍ତରରେ ରହିଥିଲା । ତାହା ପୂର୍ବରୁ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୧.୪୪ ପ୍ରତିଶତ ସ୍ତରରେ ଥିଲା ।
ଡିସେମ୍ବର ମାସରେ ଦେଶର ଖାଦ୍ୟ ମୁଦ୍ରାସ୍ଫୀତି କ୍ରମାଗତ ସପ୍ତମ ମାସ ପାଇଁ ବିଯୁକ୍ତାତ୍ମକ ରହିଥିଲେ ମଧ୍ୟ ଏହା ବିଯୁକ୍ତ ୨.୭୧ ପ୍ରତିଶତକୁ ବୃଦ୍ଧି ପାଇଛି । ନଭେମ୍ବରରେ ଏହା ବିଯୁକ୍ତ ୩.୯୧ ପ୍ରତିଶତ ରହିଥିଲା । ପର୍ସନାଲ କେୟାର ସାମଗ୍ରୀ, ପନିପରିବା, ମାଛ, ମାଂସ, ଅଣ୍ଡା, ମସଲା, ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଉଭୟ ଖୁଚୁରା ଓ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ବୋଲି ରିପୋର୍ଟ ଉନ୍ମୋଚନ ସମୟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/12/union-budget-2026-01-12-17-58-00.jpg)