କନକ ବ୍ୟୁରୋ; ଆଜି ସଂସଦରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ କରିବେ । ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ହେଉଛି ସରକାରଙ୍କ ଆର୍ଥିକ ପ୍ରଦର୍ଶନ ଓ ଦେଶରେ ଅର୍ଥନୈତିକ ସ୍ଥିତିର ଏକ ରିପୋର୍ଟ । ଯେଉଁଥିରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଅଭିବୃଦ୍ଧି ତଥ୍ୟ ସାମ୍ନାକୁ ଆସିବ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଏହି ରିପୋର୍ଟ ତିଆରି କରିଛନ୍ତି ।
ଅଧିକ ପଢନ୍ତୁ: ବଦଳିଲା ବଜେଟ୍ ପରମ୍ପରା : ରେଳ ଓ ସାଧାରଣ ବଜେଟ୍ର ଏକତ୍ର ଯାତ୍ରା
ସର୍ବେକ୍ଷଣ ରିପୋର୍ଟ ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ । ଏହାପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସାମ୍ୱାଦିକ ସମ୍ମିଳନୀ କରି ଏହାର ସାରାଂଶ ଜଣାଇବେ । ପ୍ରତିବର୍ଷ ସଂସଦରେ ବଜେଟ ଆଗତ ହେବା ପୂର୍ବରୁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଇଆସୁଛି । ଚଳିତ ବର୍ଷ ଫେବ୍ରୁଆରି ୧ରେ ରବିବାର ପଡୁଛି । ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଦିନ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ ଉପସ୍ଥାପନ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/29/budget-2026-sitharaman-to-2026-01-29-07-42-02.jpg)