କନକ ବ୍ୟୁରୋ : ନିକଟରେ GST ସ୍ଲାବରେ ପରିବର୍ତ୍ତନ ହୋଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଜାରି ରିପୋର୍ଟ କହିଛି ଯେ ଜିଏସ୍‌ଟି ସଂସ୍କାର ଦ୍ବାରା ଲାଭବାନ ହେବେ ଅନେକ ରାଜ୍ୟ । ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଶ୍ରୁତି  ଦେଇଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ GST ହାର ହ୍ରାସର ଲାଭ ଉପଭୋକ୍ତାଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ଉପରେ ନଜର ରଖିବେ । ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉଠି କି ନାହିଁ "ମୁଁ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିବି । " ସେ ନାଗରିକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ମୂଲ୍ୟ ହ୍ରାସ କରାଯାଇଥିବା ଜିନିଷଗୁଡ଼ିକ ଯଦି କମ୍‌ ମୂଲ୍ୟରେ ନମିଳେ ତେବେ ଏହାର ସୂଚନା ଦିଅନ୍ତୁ । 

Advertisment

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ମୋତେ କହିଛନ୍ତି କି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାର ପ୍ରତିବଦଳରେ, ମୁଁ ସେମାନଙ୍କୁ କହିଛି ଯେ ଯଦି ଏହି ଲାଭ ପହଞ୍ଚୁ ନାହିଁ, ତେବେ ଆପଣ ମୋ ସହିତ ଯୋଗାଯୋଗ କରନ୍ତୁ , ଏବଂ ମୁଁ ସେହି ସ୍ଥାନରେ ଉପସ୍ଥିତ ରହିବି ।" ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରେ GST ଛାଡ ପାଇଁ ପରାମର୍ଶ ଦେଇଥିଲେ । ଏହିକୁ ନେଇ ମଧ୍ୟ ସୀତାରମଣ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି , ସମସ୍ତ ରାଜ୍ୟ ଦଳୀୟ ଲାଇନ୍‌ରୁ ବାହିରି ଏଥିରେ ଅବଦାନ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୀମା ଉପରେ ମୋତେ ଏକ ପତ୍ର ଲେଖିପାରିଥାନ୍ତେ । ମୋର କହିବା କଥା ହେଉଛି ଯେ GST ପରିଷଦରୁ ବାହାରି ପ୍ରଥମେ ମୁଁ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲି, ମୁଁ ପରିଷଦରେ ଉପସ୍ଥିତ ଥିବା ପ୍ରତ୍ୟେକ ମନ୍ତ୍ରୀ, ପ୍ରତ୍ୟେକ ଅର୍ଥମନ୍ତ୍ରୀଙ୍କୁ, ସେମାନେ ଯେକୌଣସି ଦଳ ସହିତ ଜଡିତ ଥାଆନ୍ତୁ ନା କାହିଁକି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲି । କହିଥିଲି ଯେ ଆପଣ ସମସ୍ତେ ଏବଂ ଆମେ ସମସ୍ତେ ମିଶି, କିଛି ଏମିତି ନେଇକି ଆସିଛୁ, ଯାହା ସାଧାରଣ ଲୋକଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଭାବରେ ସକାରାତ୍ମକ ପ୍ରଭାବ ପଡିବ । ସେଥିପାଇଁ , ମୁଁ ପ୍ରତ୍ୟେକଙ୍କ ନିକଟରେ କୃତଜ୍ଞ।"

ସୀତାରମଣ କହିଛନ୍ତି, "ମୁଁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ପୂର୍ଣ୍ଣ ଭରସା ଏବଂ ବିଶ୍ୱାସ ରଖିଛି । ଯିଏ ଟାରିଫ୍‌ ମାମଲାଗୁଡ଼ିକୁ ସମ୍ଭାଳିବାରେ ଅତ୍ୟନ୍ତ କୁଶଳୀ । ସେ ରାଷ୍ଟ୍ରକୁ ସର୍ବୋପରି ମାନନ୍ତି ଏବଂ ଭବିଷ୍ୟତରେ କିମ୍ବା ଆଜି ଯେକୌଣସି ନିଷ୍ପତ୍ତି ନେବେ , ତାହା ଏଥିରୁ ଭିନ୍ନ ହେବ ନାହିଁ । ଏହା ରାଷ୍ଟ୍ର ପାଇଁ ହେବ ଏବଂ ସେ ଏହା ନିଶ୍ଚିତ କରିବେ ଯେ ଭାରତ ଉପରେ କୌଣସି ପ୍ରତିକୂଳ ପ୍ରଭାବ କିମ୍ବା ଆଘାତ ନ ପଡ଼ୁ ।" ଭାରତର ବୈଶ୍ୱିକ ଆଭିମୁଖ୍ୟ ଉପରେ, ସେ ଜୋର ଦେଇ କହିଛନ୍ତି ଯେ ଭାରତ ହିଁ ତାଙ୍କର ପ୍ରାଥମିକତା । ତେବେ, ସେ ୫୦ ପ୍ରତିଶତ ଆମେରିକୀୟ ଟାରିଫର ସ୍ୱଳ୍ପକାଳୀନ ପ୍ରଭାବକୁ ସ୍ୱୀକାର କରିଛନ୍ତି, କିନ୍ତୁ ଆଶ୍ୱାସନା ଦେଇଛନ୍ତି ଯେ ରପ୍ତାନିକାରୀମାନଙ୍କୁ ତାଙ୍କ ସରକାର ଦ୍ୱାରା ସମର୍ଥନ ମିଳିବ ।