କନକ ବ୍ୟୁରୋ : ସିନେ ଜଗତକୁ ଯେ ମିତି ଶନିଦଶା ଘାରିଛି । ଗତ କିଛି ମାସ ହେଲା ବଲିଉଡରୁ ଆରମ୍ଭ କରି ଟଲିଉଡ୍ ଏମିତି କି ଟେଲି ଜଗତରୁ ମଧ୍ୟ ଅଭିନେତା , ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଆଉ ବର୍ତ୍ତମାନ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଜଣେ ଅଭିନେତାଙ୍କ ନାମ । ତାମିଲ୍ ସିନେମାରେ ଏକାଧିକ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ନଜର ଆସିଥିବା ଅଭିନେତା ଅଭିନୟ କିଙ୍ଗର୍ ବର୍ତ୍ତମାନ ଦୁନିଆକୁ ଅଲବିଦା କହିଛନ୍ତି । ମାତ୍ର ୪୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସେ ତାଙ୍କ ଅଭିନୟ କ୍ୟାରିୟରର ଆରମ୍ଭ ତାମିଲ୍ ସୁପରଷ୍ଟାର୍ ଧନୁଷଙ୍କ ସହ କରିଥିଲେ ।
/filters:format(webp)/kanak/media/media_files/2025/11/12/abhinay-kinger-2025-11-12-18-11-39.jpg)
ଅଭିନୟଙ୍କ ଦେହାନ୍ତରେ ତାମିଲ୍ ସିନେମା ଜଗତ ଶୋକର ଛାୟାରେ ବୁଡ଼ିରହିଛି । ଏତେ କମ୍ ବୟସରୁ ଦୁନିଆ ଛାଡ଼ିଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଭିନେତାଙ୍କ ଫ୍ୟାନ୍ସ । ଇଣ୍ଡଷ୍ଟ୍ରି ସହିତ ନିକଟ ସଂପର୍କୀୟ ଏବଂ ବନ୍ଧୁବାନ୍ଧବ ମଧ୍ୟ ଶୋକର ଛାୟାରେ ବୁଡ଼ି ରହିଛନ୍ତି । ସୂଚନା ଅନୁସାରେ ଅଭିନେତା ୧୦ ନଭେମ୍ବର ଭୋର ୪ ଟାରେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ତେବେ ଅଭିନୟ ଗତ କିଛି ମାସ ଧରି କିଡନି ଏବଂ ଲିଭର୍ ସମ୍ବନ୍ଧୀତ ରୋଗରେ ପୀଡ଼ିତ ଥିଲେ । ଲିଭର୍ ଇନ୍ଫେକ୍ସନ୍ ଯୋଗୁଁ ସେ ଖୁବ୍ ଦୁର୍ବଳ ମଧ୍ୟ ହୋଇଯାଇଥିଲେ । ପରିସ୍ଥିତି ଏପରି ଉପୁଜିଥିଲା ଯେ ଜଣେ ଫ୍ୟାନ୍ସ ଚିକିତ୍ସା ପାଇଁ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । କିନ୍ତୁ ଏତେ ପରେ ବି ତାଙ୍କ ଜୀବନ ବଞ୍ଚିପାରିନଥିଲା । ଲିଭର୍ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିଲା ।
/filters:format(webp)/kanak/media/media_files/2025/11/12/dhanush-2025-11-12-18-12-19.jpg)
ଅଭିନୟଙ୍କ ଲିଭର୍ ଇନ୍ଫେକ୍ସନ୍ ଚିକିତ୍ସାରେ ପଇସା ପାଣି ପରି ଖର୍ଚ୍ଚ ହେଉଥିଲା ଏବଂ ଏକୁଟିଆ ଅଭିନୟ ନିଜ ଚିକିତ୍ସା କରାଇବାକୁ ଅସମର୍ଥ ମଧ୍ୟ ଥିଲେ । ଯେଉଁଥିପାଇଁ ତାଙ୍କ ଫ୍ୟାନ୍ସ ସୋସିଆଲ୍ ମିଡିଆରେ ସାହାଯ୍ୟର ନିବେଦନ ମଧ୍ୟ କରିଥିଲେ । ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ କଳାକାର ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ ମଧ୍ୟ ଅଭିନୟଙ୍କୁ ବଞ୍ଚାଇ ପାରିନଥିଲେ । ସୁପରଷ୍ଟାର୍ ଧନୁଷ୍ ମଧ୍ୟ ଅଭିନୟଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ସାହାଯ୍ୟ କରିଥିଲେ । କିନ୍ତୁ …
ଅଭିନୟ କିଙ୍ଗରଙ୍କ ପ୍ରଥମ ସିନେମା ଧନୁଷଙ୍କ ସହ ହିଁ ଥିଲା । ଥୁଲ୍ଲୁବଧୋ ଇଲମଇ ନାମକ ସିନେମାରେ ଦୁହେଁ ନଜର ଆସିଥିଲେ । ୨୦୦୨ ରେ ରିଲିଜ୍ ହୋଇଥିବା ଏହି ସିନେମାରେ ଲିଡ୍ ରୋଲରେ ଧନୁଷ୍ ଏବଂ ଅଭିନେତ୍ରୀ ସେରିନ୍ ନଜର ଆସିଥିଲେ । ଏହା ପରେ ସେ ଜଙ୍କସନ୍ , ସିଙ୍ଗାରା ଚେନ୍ନାଇ ଏବଂ ପୋନ୍ ମେଘଲାଇ ନାମକ ସିନେମାରେ ନଜର ଆସିଥିଲେ ଏବଂ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲେ । କିନ୍ତୁ ପରେ ତାଙ୍କୁ ଲିଡ୍ ରୋଲ୍ ବଦଳରେ ସପୋର୍ଟିଂ ରୋଲରେ ଅଧିକ ଦେଖିବାକୁ ମିଳୁଥିଲା । ଅଭିନୟଙ୍କ ଜନ୍ମ ଚେନ୍ନାଇରେ ହୋଇଥିବା ବେଳେ ସେ ଶେଷନିଶ୍ବାସ ମଧ୍ୟ ଚେନ୍ନାଇରେ ହିଁ ତ୍ୟାଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/12/actor-death-2025-11-12-18-16-06.jpg)