କନକ ବ୍ୟୁରୋ : ଭାଲୁ ସହ ଲଢ଼ି ମରଣ ମୁହଁରୁ ସ୍ୱାମୀଙ୍କୁ ବଞ୍ଚାଇଲେ ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାର ଭାଲିଆନାଳ ଗାଁ ନିକଟରେ ଘଟିଛି ଏହି ଘଟଣା । ଭାଲୁ ସହ ଲଢ଼ି ସ୍ୱାମୀଙ୍କୁ ସ୍ତ୍ରୀ ବଞ୍ଚାଇବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କରଞ୍ଜିଆ ଥାନା ଅନ୍ତର୍ଗତ କୋଡିପଶା ଭାଲିଆନାଳ ଗାଁର ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ଗାଁ ପାଖ ଜଙ୍ଗଲକୁ ପତ୍ର ସଂଗ୍ରହ କରିବାକୁ ଯାଇଥିଲେ ।
ଅଧିକ ପଢନ୍ତୁ : ମା’ ଚଣ୍ଡିଙ୍କ ଭକ୍ତ ଭାଲୁ ପରିବାର : ସନ୍ଧ୍ୟା ହେଲେ ଆସନ୍ତି ମନ୍ଦିର , ଭକ୍ତଙ୍କ ହାତରୁ ଖାଆନ୍ତି ପ୍ରସାଦ
ଜଙ୍ଗଲ ଭିତରେ ୬ ଟିକିଆ ଭାଲୁ ପାଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଦମ୍ପତି । ଗୋଟିଏ ଭାଲୁ ହଠାତ୍ ମାଲଦେଙ୍କୁ ଆକ୍ରମଣ କରିବାରୁ ଜୀବନ ରକ୍ଷା ପାଇଁ ଭାଲୁ ସହ ଲଢ଼ୁଥିଲେ ମାଲଦେ । ଏହା ଦେଖି ସ୍ତ୍ରୀ ଲିଲି ତୁରନ୍ତ ହାତରେ ଧରିଥିବା ବାଡ଼ିରେ ଭାଲୁକୁ ଦୁଇ ତିନି ପାହାର ପକାଇଥିଲେ । ଭାଲୁଟି ମାଲଦେଙ୍କୁ ଛାଡି ଜୀବନ ବିକକରେ ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ଗୁରୁତର ଅବସ୍ଥାରେ ମାଲଦେଙ୍କୁ ପ୍ରଥମେ କରଞ୍ଜିଆ ଡ଼ାକ୍ତରଖାନା ଓ ପରେ ଧରଣୀଧର ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ପରେ ମାଲଦେଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/best-wife-2026-02-19-08-12-54.jpg)