ସିଡନି ଗୁଳିକାଣ୍ଡର ରିୟଲ ହିରୋ ଅହମ୍ମଦ: ଛଡ଼ାଇନେଇଥିଲେ ଆତଙ୍କୀର ବନ୍ଧୁକ, କରିଥିଲେ ପାଲଟା ଫାୟରିଙ୍ଗ

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅହମ୍ମଦଙ୍କର ଅସ୍ତ୍ର ଚଳାଇବାର କୌଣସି ଅଭିଜ୍ଞତା ନଥିଲା । ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଧଳା ସାର୍ଟ ପିନ୍ଧି କାର୍ ପଛରେ ଲୁଚି ରହିଥିବାର ନଜର ଆସୁଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅହମ୍ମଦଙ୍କର ଅସ୍ତ୍ର ଚଳାଇବାର କୌଣସି ଅଭିଜ୍ଞତା ନଥିଲା । ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଧଳା ସାର୍ଟ ପିନ୍ଧି କାର୍ ପଛରେ ଲୁଚି ରହିଥିବାର ନଜର ଆସୁଛନ୍ତି ।

Sydney

Sydney Photograph: (Kanak News)

କନକ ବ୍ୟୁରୋ: ଅଷ୍ଟ୍ରେଲିଆର ସିଡନି ସହରର ବୋଣ୍ଡି ବିଚ୍‌ରେ ସବୁକିଛି ସ୍ୱାଭାବିକ ଥିଲା । ୟେହୁଦୀ ସମ୍ପ୍ରଦାୟର ଲୋକମାନେ ହନୁକ୍କା ପର୍ବ ପାଳନ କରୁଥିଲେ । ବୋଣ୍ଡି ବିଚ୍‌ରେ ସଙ୍ଗୀତ, ନାଚ ଏବଂ ମସ୍ତିର ପରିବେଶ ଥିଲା । ସେତେବେଳେ ସେଠାରେ ବୁଲୁଥିବା ଦୁଇଜଣ ବ୍ୟକ୍ତି ପହଞ୍ଚିଲେ । ସେମାନଙ୍କ ନାମ ଥିଲା ଅହମ୍ମଦ ଅଲ ଅହମ୍ମଦ ଏବଂ ତାଙ୍କ ସମ୍ପର୍କୀୟ ଭାଇ ଜୋଜେ ଅଲକାଞ୍ଜ । ଅହମ୍ମଦ ଅଲ ଅହମ୍ମଦ ସେହି ବ୍ୟକ୍ତି ଯିଏ ସିରିଆର ଗୃହଯୁଦ୍ଧକୁ ନିଜ ଆଖିରେ ଦେଖିଥିଲେ । ସେ ୧୦ ବର୍ଷ ପୂର୍ବେ ସିରିଆ ଛାଡି ନୂଆ ଜୀବନ ଜିଇଁବା ପାଇଁ ଅଷ୍ଟ୍ରେଲିଆ ଆସିଥିଲେ ।

ହେଲେ ହଠାତ ସବୁ ସ୍ୱାଭିବକୁ ଅସ୍ୱାଭାବିକ ହୋଇଗଲା । ଦୁଇ ଜଣ ବନ୍ଧୁକଧାରୀ ହଠାତ ଆସି ବୋଣ୍ଡି ବିଚରେ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ । 
୪୩ ବର୍ଷୀୟ ଅହମ୍ମଦ ଅଲ ଅହମ୍ମଦ ସିଡନୀର ସଦରଲ୍ୟାଣ୍ଡ ଅଞ୍ଚଳରେ ଫଳ ଦୋକାନ ଚଳାନ୍ତି । ଆକ୍ରମଣ ସମୟରେ ସେ ସଂଯୋଗବଶତଃ ବୋଣ୍ଡି ବିଚ୍ ନିକଟରେ ଉପସ୍ଥିତ ଥିଲେ । ହଠାତ୍ ଗୁଳି ଶବ୍ଦ ଶୁଣି ଲୋକମାନେ ଯେତେବେଳେ ଏଣେତେଣେ ଦୌଡ଼ିବାକୁ ଲାଗିଲେ, ଅହମ୍ମଦ ପରିସ୍ଥିତିକୁ ବୁଝିପାରି ବିନା କୌଣସି ଅସ୍ତ୍ରରେ ସିଧାସଳଖ ଆକ୍ରମଣକାରୀ ସହ ମୁକାବିଲା କରିବାକୁ ନିଷ୍ପତ୍ତି ନେଲେ । ଏହି ସମୟରେ ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା, ତଥାପି ସେ ପଛକୁ ହଟିବା ବଦଳରେ ଆକ୍ରମଣକାରୀକୁ ମାଡ଼ି ବସିଲେ ଏବଂ ତା’ର ଅସ୍ତ୍ର ଛଡ଼ାଇ ନେଲେ।

ଆହୁରି ପଢ଼ନ୍ତୁ... ସ୍ବାଗତ କରୁଛି ଓଡ଼ିଶାର ମିନି ତିବ୍ଦତ : ଜିରାଙ୍ଗରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅହମ୍ମଦଙ୍କର ଅସ୍ତ୍ର ଚଳାଇବାର କୌଣସି ଅଭିଜ୍ଞତା ନଥିଲା । ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଧଳା ସାର୍ଟ ପିନ୍ଧି କାର୍ ପଛରେ ଲୁଚି ରହିଥିବାର ନଜର ଆସୁଛନ୍ତି । ଗୁଳିମାଡ଼ ମଧ୍ୟରେ କିଛି କ୍ଷଣର ନିରବତାର ଫାଇଦା ଉଠାଇ ଅହମ୍ମଦ ଦ୍ରୁତ ଗତିରେ ଆଗକୁ ବଢ଼ିଲେ ଏବଂ ଆକ୍ରମଣକାରୀକୁ ପଛପଟୁ ଧରି 'ହେଡଲକ୍' କରିନେଲେ। ପ୍ରାୟ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ସଂଘର୍ଷ ଚାଲିଲା, ଯାହା ପରେ ଅହମ୍ମଦ ଆକ୍ରମଣକାରୀ ହାତରୁ ଶଟଗନ୍ ଛଡ଼ାଇ ନେଲେ । ଏହାଦ୍ୱାରା ଆକ୍ରମଣକାରୀ ଭାରସାମ୍ୟ ହରାଇ ବସିଲା ଏବଂ ପଛକୁ ହଟିବାକୁ ବାଧ୍ୟ ହେଲା ।

ଅହମ୍ମଦଙ୍କ ସମ୍ପର୍କୀୟ ଭାଇ ମୁସ୍ତାଫା କହିଛନ୍ତି ଯେ ଅହମ୍ମଦଙ୍କୁ ଦୁଇଟି ଗୁଳି ବାଜିଛି ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ରବିବାର ରାତିରେ ତାଙ୍କର ଅସ୍ତ୍ରୋପଚାର ହେବାର ଥିଲା । ପରିବାରକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇ ନାହିଁ, କିନ୍ତୁ ଡାକ୍ତରଙ୍କ ନିରୀକ୍ଷଣରେ ତାଙ୍କର ଚିକିତ୍ସା ଚାଲିଛି । ମୁସ୍ତାଫା କହିଛନ୍ତି ଯେ ଅହମ୍ମଦ ଦୁଇ ସନ୍ତାନର ପିତା ଏବଂ ସେ ଯାହା କରିଛନ୍ତି, ତାହା ଶତ ପ୍ରତିଶତ ବୀରତ୍ୱର କାର୍ଯ୍ୟ । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି।

ପୋଲିସର ସୂଚନା ଅନୁଯାୟୀ, ବୋଣ୍ଡି ବିଚରେ ଆୟୋଜିତ 'ଚାନୁକ୍କା ବାଏ ଦ ସି' କାର୍ଯ୍ୟକ୍ରମକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା । ସେତେବେଳେ ସମୁଦ୍ର କୂଳରେ ହଜାରେରୁ ଅଧିକ ଲୋକ ଉପସ୍ଥିତ ଥିଲେ । ବୋଣ୍ଡି ଖ୍ରୀଷ୍ଟମାସ ମାର୍କେଟ୍ ଯୋଗୁଁ ମଧ୍ୟ ସେହି ଅଞ୍ଚଳରେ ପ୍ରବଳ ଭିଡ଼ ଥିଲା । ଏହି ଆକ୍ରମଣରେ ଜଣେ ଆକ୍ରମଣକାରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe