କନକ ବ୍ୟୁରୋ : ଛାତ୍ର ମୃତ୍ୟୁ ନେଇ ରାୟଗଡ଼ାରେ ଉତ୍ତେଜନା । ସ୍କୁଲ ଆଗରେ ଶବ ରଖି ପ୍ରତିବାଦ । ରାୟଗଡ଼ା ପାଇକଡ଼ାକୁଲୁଗୁଡ଼ା ବିଦ୍ୟାଳୟରେ ନିଆଁଲାଗି ୪ ଛାତ୍ର ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ର ବିରେନ ଟାକ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ମୃତଦେହକୁ ସ୍କୁଲ ଆଗରେ ରଖି ନ୍ୟାୟ ଓ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଛନ୍ତି ଲୋକେ । ଚିକିତ୍ସାରେ ଅବହେଳାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ୟୁ ଅଭିଯୋଗ କରି ମୃତ ଶରୀରକୁ ବିଦ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରୁଛନ୍ତି ।

Advertisment

ମୃତ ଛାତ୍ରଙ୍କ ପରିବାର ଓ ଗାଁଲୋକେ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି । ଗତ ଜାନୁଆରି ୫ତାରିଖରେ ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ର ସେହି ବିଦ୍ୟାଳୟର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇଦେଇଥିଲା । ଏହି ଘଟଣାରେ ୪ଜଣ ଛାତ୍ର ପୋଡ଼ି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ ।

ଅଧିକ ପଢନ୍ତୁ : ପାରାଦୀପ ତାରିଣୀଗଡ଼ାରେ ଛାତରୁ ପଡି ମୃତ୍ୟୁ ; ଯୁବତୀଙ୍କ ପରିଚୟ ସ୍ପଷ୍ଟ , ବିହାରର ଯୁବକ ଅଟକ

ଗୁରୁତର ଆହତ ଛାତ୍ରଙ୍କୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ୪୮ଦିନ ପରେ ଜୀବନ ସହ ସଂଘର୍ଷ  କରି ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଆଜି ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିବାବେଳେ ମୁନିଗୁଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାଶାସନିକ ଅଧିକାରୀ ପହଞ୍ଚିନାହାଁନ୍ତି ।