କନକ ବ୍ୟୁରୋ : ଶିକ୍ଷକମାନଙ୍କ ଦ୍ୱାରା ରାଜକନିକା ଘରୋଇ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେବା ଘଟଣା । ପୀଡ଼ିତାଙ୍କ ପରିବାରକୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ । ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ନେତୃତ୍ୱରେ ଚାରି ଜଣିଆ ଏକ ପ୍ରତିନିଧି ଦଳ ପୀଡିତା ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

Advertisment

ଅଧିକ ପଢନ୍ତୁ : କେନ୍ଦ୍ରାପଡ଼ା ସ୍କୁଲଛାତ୍ରୀକୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିବା ଘଟଣା : ୫୦ ହଜାର ସହାୟତା , ଉଚ୍ଚସ୍ତରୀୟ ତଦନ୍ତ ଦାବି

ଏହାପରେ ସାମ୍ବାଦିକ ସମ୍ମିଳନୀ କରିକହିଛନ୍ତି ଅଭିଯୋଗ ପରେ ପୁଲିସ ତୁରନ୍ତ ପଦକ୍ଷେପ ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସରକାର ଘଟଣାକୁ ଗମ୍ଭୀରତାର ସହ ନେଇ କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ବିରୋଧୀ କଂଗ୍ରେସ ଓ ବିଜେଡି ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ । ସେପଟେ କଟକରେ ଘରୋଇ ସ୍କୁଲର ୨ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବସ୍ ଭିତରେ ଦୁଷ୍କର୍ମ ଉଦ୍ୟମ କରିଥିଲେ ଡ୍ରାଇଭର । ସମ୍ପୃକ୍ତ ସ୍କୁଲରେ ନିୟୋଜିତ ଡ୍ରାଇଭରକୁ ଗିରଫ କରାଯାଇଛି । କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି । ଏତଲା ପରେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।