କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଏକ ଘରୋଇ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିବା ଘଟଣା । କଂଗ୍ରେସର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟି ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

Advertisment

ଅଧିକ ପଢନ୍ତୁ : କେନ୍ଦ୍ରାପଡ଼ାରେ ଲଜ୍ଜା: ନାବାଳିକାଙ୍କୁ ଗେଷ୍ଟ ହାଉସରେ ଗଣଦୁଷ୍କର୍ମ ଅଭିଯୋଗ

ଏଥିସହ ସଂପୃକ୍ତ ବିଦ୍ୟାଳୟକୁ ବନ୍ଦ କରିବା ସହିତ ପୂରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଯଦି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୀର୍ଘ ୪ ବର୍ଷ ଧରି ଗଣଦୁଷ୍କର୍ମ ଅଭିଯୋଗରେ ୫ ଜଣ ଗିରଫ ହୋଇ ଏବେ ଜେଲ ହାଜତରେ ଅଛନ୍ତି ।