“ମୋ ସହ ବେଇମାନୀ ହେଲା, ବିଜେପି ପ୍ରାର୍ଥୀ ଚୋରି କଲା”: ନବୀନ ପଟ୍ଟନାୟକ

ଆପଣଙ୍କୁ ଭଲ ଭାବେ ଜଣାଅଛି, ଆପଣଙ୍କ ସହ, ବିଜେଡି ସହ ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ଏଇ ୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ କିନ୍ତୁ ଜିରୋ ।

NAVEEN

NAVEEN Photograph: (KANAK NEWS)

  • ନୂଆପଡ଼ା ପ୍ରଚାର ମଞ୍ଚରୁ ନବୀନଙ୍କ ଟାର୍ଗେଟ୍
  • ବିଜେପିକୁ ପ୍ରାର୍ଥୀ ଚୋର କହିଲେ ନବୀନ
  • 'ବିଜେପି ମିଛ ପ୍ରଚାରରେ ହିରୋ, କାମରେ ଜିରୋ'

କନକ ବ୍ୟୁରୋ: “ଆପଣଙ୍କୁ ଭଲ ଭାବେ ଜଣାଅଛି, ଆପଣଙ୍କ ସହ, ବିଜେଡି ସହ ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ଏଇ ୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ କିନ୍ତୁ ଜିରୋ । ଆପଣ କୁହନ୍ତୁ, ଆପଣଙ୍କୁ ତିନି ଶହ ୟୁନିଟ୍ ମାଗଣା ବିଜୁଳି ମିଳିଛି କି? ସବୁ ବୁଢ଼ା ବୁଢ଼ୀଙ୍କୁ ୩ ହଜାର ୫ ଶହ ଟଙ୍କା ପେନସନ୍ ମିଳିଛି କି? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଛି କି?”,ନୂଆପଡ଼ାର ପ୍ରଚାର ମୈଦାନରୁ କିଛି ଏଭଳି କଥା କହିବା ସହ ବର୍ତ୍ତମାନର ବିଜେପି ସରକାରକୁ ତୀର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧା ସିଧା ବିଜେପିକୁ ପ୍ରାର୍ଥୀ ଚୋର ବୋଲି କହିବା ସହ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି କହିଛନ୍ତି ନବୀନ ।

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ

ନୂଆପଡ଼ାରେ ଆଜି ପ୍ରଚାର କରିବାକୁ ପହଞ୍ଚିଥିଲେ ନବୀନ । ଆଉ ପ୍ରଚାର ମୈଦାନର ମଞ୍ଚ ଉପରୁ ନବୀନ ମାରିଛନ୍ତି ସିଧା ତୀର । କହିଛନ୍ତି, ବିଜୁ ଜନତା ଦଳର ନେତା ତଥା ଆପଣମାନଙ୍କର ପ୍ରିୟ ବିଧାୟକ ରାଜୁ ଭାଇ ଆଜି ଆମ ଭିତରେ ଆଉ ନାହାଁନ୍ତି । ବିଜୁ ବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ ଆଉ ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହେଇଥିଲା । ବିଜୁ ଜନତା ଦଳ ସରକାର ସମୟରେ ରାଜୁ ଭାଇ ନୂଆପଡ଼ାର ବିକାଶ ପାଇଁ ମୋତେ ଯାହା ବି ଅନୁରୋଧ କରିଥିଲେ, ମୁଁ ସବୁ ପୂରା କରିଥିଲି । ହେଲେ ଆପଣମାନଙ୍କୁ ଭଲ ଭାବେ ଜଣାଅଛି ଯେ ଆପଣଙ୍କ ସହ ବିଜେଡ଼ି ସହ, ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।

ବିଜେଡିକୁ ପୁଣି ଶ୍ରୀମୟୀ ବାଣ: ବିଜେଡିକୁ କିଏ କରୁଛି ହାଇଜ୍ୟାକ୍?

ଏହାସହ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ୧୬ ମାସରେ ବିଜେପି ସରକାର କେବଳ ମିଛ ପ୍ରଚାରରେ ହିରୋ, କାମରେ ଜିରୋ । ଆପଣ କୁହନ୍ତୁ, ଆପଣଙ୍କୁ ତିନି ଶହ ୟୁନିଟ୍ ମାଗଣା ବିଜୁଳି ମିଳିଛି କି? ସବୁ ବୁଢ଼ା ବୁଢ଼ୀଙ୍କୁ ୩ ହଜାର ୫ ଶହ ଟଙ୍କା ପେନସନ୍ ମିଳିଛି କି? ଚାଷୀ ଭାଇଙ୍କୁ ୟୁରିଆ ସାର ମିଳିଛି କି? କଟନୀ ଛଟନୀ ବନ୍ଦ ହେଲା କି? ଇଲେକ୍ସନ ସମୟରେ ବିଜେପି କହିଥିଲା ଯେ, ପ୍ରତି ପଞାୟତରେ ଶହେ ଯୁବକଙ୍କୁ ଚାକିରି ଦେବ, ଆପଣଙ୍କ ଗାଁରେ କେତେ ଯୁବକ ଚାକିରି ପାଇଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏହାସହ ମିଶନ ଶକ୍ତି ମାଆମାନଙ୍କୁ ଏବେ ଲୋନ୍ ମିଳୁଛି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ବର୍ତ୍ତମାନର ସରକାରକୁ ଟାର୍ଗେଟ୍ କରି ନବୀନ କହିଛନ୍ତି, ଏ ସରକାର କହୁଥିଲା ସେମାନେ ଗେମ୍ ଚେଞ୍ଜର କିନ୍ତୁ ସେମାନେ କେବଳ ନେମ୍ ଚେଞ୍ଜର । ନବୀନ ଶେଷରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ତାଙ୍କ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ମାଟିର ସେବା କରିବେ ବୋଲି କହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe