• ପୁଣି ଚର୍ଚ୍ଚାରେ ଶ୍ରୀମୟୀଙ୍କ ଫେସବୁକ୍ ପୋଷ୍ଟ
  • ନାଁ ନନେଇ ସୁଜାତା ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍
  • କହିଲେ ବିଜେଡିକୁ ହାଇଜ୍ୟାକ୍ କରିବାକୁ ପ୍ଲାନ୍ ଚାଲିଛି 
Advertisment

କନକ ବ୍ୟୁରୋ: ନାଁ ନେଲେନି ସିନା, ହେଲେ ବୁଲେଇ ବଙ୍କେଇ ତୀର ମାରିଲେ । ଆଉ ସୋସିଆଲ୍ ସାହାଯ୍ୟରେ ଶ୍ରୀମୟୀଙ୍କ ଏ ତେରେଛା ତୀର ଥିଲା, ମିସ୍ ପାଣ୍ଡିଆନ୍ ପାଇଁ ଅର୍ଥାତ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ । ପୁଣିଥରେ ସୋସିଆଲ୍ ମିଡିଆରେ ବିଜେଡିର ଏହି ପୂର୍ବତନ ନେତ୍ରୀ ଏମିତି କିଛି କଥା କହିଛନ୍ତି, ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି । 

SREEMAYEE FB POST
SREEMAYEE FB POST

ଶ୍ରୀମୟୀ ମିଶ୍ର ଫେସବୁକରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଆଉ ଏହାକୁ ଟାଇଟାନିକ୍ ବୁଡାଇବାକୁ ବିଶ୍ୱସ୍ତରୀୟ ଯୋଜନାର ହେଡଲାଇନ୍ ବି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ଶୁଣିବାକୁ ମିଳୁଛି ଶକ୍ତି ନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ । ନୂଆପଡ଼ାରେ ଯେମିତି ମାମୁଁଘର ମିଳୁନି, ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବି ବାପଘର ଠିକଣା ଖୋଜିବାକୁ ଡ୍ରାମା ହେବ । ହେଲେ ଯିଏ ଜାମସେଦପୁରରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିପାରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର । ଯାହାକି ସିଧା ସିଧା ସୁଜାତା ପାଣ୍ଡିଆନଙ୍କ ଆଡେ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହେଉଛି ।

ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି, ଇଲେକ୍ସନ କମିସନ ଯାହାଙ୍କ ଶକ୍ତିରେ ବେଡ଼ି ପକାଇଥିଲେ, ଏବେ ସେ ନୂଆ ପରିଚୟ ଅପେକ୍ଷାରେ । ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଏବେ ଯୋଜନା ଚାଲିଛି । ହେଲେ ଓଡ଼ିଶାର ଲୋକ ତାମିଲ ପୁଅକୁ ତ ପ୍ରତ୍ୟାଖାନ କଲେ, ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ଦେଖାଯାଉ । 

ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ ! ଜୋର୍‌ ଧରିଲା ଚର୍ଚ୍ଚା 

ଶ୍ରୀମୟୀଙ୍କ ଏହି ପୋଷ୍ଟ କାହା ପାଇଁ ଲେଖାଯାଇଛି, ଆଉ କାହାକୁ ଆଖି ଆଗରେ ରଖାଯାଇଛି, ତା ତ ସିଧା ସିଧା ଜଣାପଡ଼ୁଛି । ହେଲେ ଏହି ପୋଷ୍ଟରେ ଶ୍ରୀମୟୀ ଆଉ ଗୋଟିଏ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥାକୁ ସାମ୍ନାକୁ ଆଣିଛନ୍ତି, ସେ ପ୍ରଶ୍ନ କରିଛନ୍ତି, ନବୀନ ବାବୁ କହିଥିଲେ ରାଜ୍ୟର ଜନତା ତାଙ୍କ ଉତ୍ତରାଧିକାରୀ ବାଛିବେ । ହେଲେ ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜ୍ୟାକ୍ ପ୍ଲାନ୍ କିଏ କରୁଛି? ସତରେ କଣ ବିଜେଡିକୁ ହାଇଜ୍ୟାକ୍ କରିବାକୁ ପ୍ଲାନ୍ ତିଆରି ଚାଲିଛି? ବିଜେଡିକୁ କିଏ ହାଇଜ୍ୟାକ୍ କରିବାକୁ ଚାହୁଁଛି? ଆଉ ଶ୍ରୀମୟୀଙ୍କ ଏ ସୋସିଆଲ୍ ମିଡିଆ ପୋଷ୍ଟ ପଛର ଅସଲ ରହସ୍ୟ କଣ?