କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେଡିକୁ ବଡ଼ ଝଟକା । ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ରାଜ୍ୟ ବିଜେପି ଅଫିସ୍ରେ ଆସି ଦଳରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଅମର ପଟ୍ଟନାୟକ । ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।
ଗୋଟେପଟେ ନବୀନ ନୂଆପଡ଼ା ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଦଳର ବରିଷ୍ଠ ନେତା ବିଜେପିରେ ମିଶିବା ଦଳର ସଂଗଠନକୁ ଭାଙ୍ଗିଛି । ଅମରଙ୍କ ସହ ନୂଆପଡ଼ାର କିଛି ବିଜେଡି ନେତା ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ୨୪ ନିର୍ବାଚନରେ ବିଜେଡି ହାରିବା ପରେ ଅନେକ ବରିଷ୍ଠ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ୨ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମମତା ମୋହାନ୍ତ ବିଜେପିରେ ମିଶିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/03/amar-patnaik-2025-11-03-12-50-31.jpg)