କନକ ବ୍ୟୁରୋ: ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଜେପି ପ୍ରାର୍ଥୀ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା ପ୍ରମୁଖଙ୍କ ସମେତ  କେତେକ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । 

Advertisment

ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଖରିଆର ରୋଡର ବାସଭବନରୁ ମାଆଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ ଜୟ ଢୋଲକିଆ । ଶୋଭାଯାତ୍ରାରେ ବାହାରିବା ପୂର୍ବ ରୁ ଜୟ କହିଛନ୍ତି, ନୂଆପଡ଼ାବାସୀଙ୍କ ବିକାଶ ପାଇଁ କାମ କରିବି । ମୋତେ ପ୍ରାର୍ଥୀକରିଥିବାରୁ ବିଜେପି ନେତୃତ୍ବଙ୍କୁ ଧନ୍ୟବାଦ ଦେଉଛି। ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଚେଷ୍ଟା କରିବି ।

କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ଦଳ ସଫଳ ହୋଇଛି । 

ସହଜ ହେନ ଜମି ଡିମାର୍କେସନ୍ ; ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ୍‌ କାର୍ଯ୍ୟାଳୟ

ନୂଆପଡ଼ା ରାଜନୀତିରେ ଆଜି ବଡ଼ ହଟଚମଟ ଦେଖିବାକୁ ମିଳିଥିଲା । କିଛି ଦିନ ହେଲା ନୂଆପଡ଼ା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ପ୍ରଚାର କରୁଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ସମସ୍ତଙ୍କୁ ବିସ୍ମିତ କରି ବିଜେପିରେ ଯୋଗ ଦେଇଥିଲେ ।

ଜୟ ବିଜେପିରେ ଯୋଗ ଦେବା ପରେ କହିଥିଲେ ଯେ ନୂଆପଡ଼ା ଏକ ଉପାନ୍ତ ଅଞ୍ଚଳ । ଏହି ଅଞ୍ଚଳର ବିକାଶ ପାଇଁ ବାପା ରାଜେନ୍ଦ୍ର ଢୋଲକିଆ ଅନେକ ସ୍ୱପ୍ନ ଦେଖିଥିଲେ । ଏହି ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରେ ଯୋଗଦେଇଛି। ନୂଆପଡ଼ାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ମୁଁ ଶପଥ ନେଉଛି ।