କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଜ଼ିଲ୍ଲା ରେ ନୂଆ ବର୍ଷ ପୂର୍ବରୁ ବିଜେଡି ଦଳ ଚୁରମାର ହୋଇ ଯାଇପାରେ.ଭଦ୍ରକରେ ଦିନକୁ ଦିନ ବିଜେଡି ଦଳ ଛାଡ଼ି ବିଜେପି ମୁହାଁ ହେଉଛନ୍ତି ନେତା ଆଉ କର୍ମୀ । ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ର ଦୁଇ ପୁତ୍ର ଲୁଲୁ ସାମଲ ଓ ଜୁଲୁ ସାମଲ ବିଜେଡିରେ ଯୋଗଦେବା ପରେ ବିଜେଡି ରୁ ପ୍ରତିଦିନ ବିଭିନ୍ନ ପଞ୍ଚାୟତରେ ସରପଂଚ ଓ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିସୁଛନ୍ତି ।

Advertisment

ଆସନ୍ତା ନୂଆ ବର୍ଷ ରେ  ଭଦ୍ରକ ଜିଲ୍ଲାର ବିଜେଡି ଦଳର  ତିନି ପ୍ରମୁଖ ନେତା ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ଭଦ୍ରକ ର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡି ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ଜୋରଦାର ଚର୍ଚା ଆରମ୍ଭ ହୋଇଛି । ମଞ୍ଜୁଲତା ମଣ୍ଡଳ ସାଂସଦ ଥିବା ବେଳେ ମୁକ୍ତିକାନ୍ତ ଦିଲ୍ଲୀ ରେ ବିଜେପି କେନ୍ଦ୍ରୀୟ ମନ୍ତ୍ରୀ ଙ୍କ ସହିତ ସୁସମ୍ପର୍କ ରଖି ଭଦ୍ରକ ବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିଛନ୍ତି. ସେଥିପାଇଁ କେନ୍ଦ୍ର ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ଙ୍କ ସହିତ ମଧ୍ୟ ବେଶ ଭଲ ସମ୍ପର୍କ ରଖିଛନ୍ତି ମୁକ୍ତିକାନ୍ତ. ଯାହାର କିଛି ଫୋଟୋ ଏବେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଉଛି. ସେଥିପାଇଁ ମଣ୍ଡଳ ଦମ୍ପତି ବିଜେପିରେ ମିଶିବା ଚର୍ଚା ଏବେ ସବୁଠୁ ଆଲୋଚନା ହେଉଛି ।

ଶୁଣାଯାଉଛି କାଳେ ଏହି ତିନି ବିଜେଡି ନେତା ବିଜେପି ର ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ର  ରାଜ୍ୟ ସଭାପତି ମନମୋହନ ସାମଲ କାଳେ ସେମାନଙ୍କ ମିଶ୍ରଣ ନେଇ ସବୁଜ ସଂକେତ ଦେଇସାରିଛନ୍ତି । ତାରିଖ ଧାର୍ଯ୍ୟ ହେଲେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ହେବ ବୋଲି କୁହାଯାଉଛି । ଏବେ ମଣ୍ଡଳ ଦମ୍ପତି ଗତ ତିନି ଦିନ ହେଲା ଦିଲ୍ଲୀ ଗ୍ରସ୍ଥରେ ଅଛନ୍ତି। ଦିଲ୍ଲୀରେ ବିଜେପିର କିଛି ଉପର ଲେବୁଲ  ନେତାଙ୍କ ସହ ଆଲୋଚନା କରିଥିବା ନେଇ ଭଦ୍ରକରେ ଚର୍ଚା ହେଉଛି ।

ଅଧିକ ପଢନ୍ତୁ : ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ବଢ଼ିଲା ଚର୍ଚ୍ଚା, ମୋକିମ୍ ଓ ବିଜୟଙ୍କ ଭେଟଘାଟ ପରେ ସରଗରମ ରାଜନୀତି

ଏଭଳି ଚର୍ଚା ଓ ଆଲୋଚନା ସମ୍ପର୍କରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ  ଆଲୋଚନା କଲାବେଳେ ସେ କହିଲେ ସମୟ କହିବ କଣ ହେବ । ଆଗାମୀ ଦିନରେ କଣ ନିଷ୍ପତ୍ତି ନେବି ମୁଁ ଗଣମାଧ୍ୟମ କୁ କହିବି। ସେ ସମୟକୁ ଅପେକ୍ଷା କରିବା କେବେ ମଣ୍ଡଳ ଦମ୍ପତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।  ଯେବେ ବିଜେପୁର ମିଶ୍ରଣ ପର୍ବ ହେବ  ଏହି ତିନି ନେତା କାଳେ ସେହି ଦିନ ବିଜେପି ରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି ।