କନକ ବ୍ୟୁରୋ: ନୂଆପଡ଼ା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ । ବିଜେଡିର ନୂଆପଡ଼ା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଶୋଭାଯାତ୍ରାରେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେଡିର ତମାମ ନେତା ତାଙ୍କ ସହିତ ଉପସ୍ଥିତ ଥିଲେ ।
ସ୍ନେହାଙ୍ଗିନୀ ବିଜେଡି ପ୍ରାର୍ଥୀ
ଏଥର ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି । ପ୍ରଥମରୁ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିଲେ । ଏହାପରେ ଚର୍ଚ୍ଚା ହେଲା ଯେ, ବିଜେଡିର ପ୍ରାର୍ଥୀ କିଏ ହେବ? ନୂଆପଡ଼ାର ଅନେକ ସ୍ଥାନୀୟ ନେତା ବିଜେଡିର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଲା, ହେଲେ ନିଜେ ପ୍ରାର୍ଥୀ ଖୋଜିବାକୁ ଯାଇଥିବା ସ୍ନେହାଙ୍ଗିନୀ ଛୁରିଆ କିନ୍ତୁ ହୋଇଯାଇଥିଲେ ବିଜେଡି ପ୍ରାର୍ଥୀ । ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ।
ମଇଁଷିରେ ବସି ଗଲେ, ବିଧାୟକ ହେବାକୁ ନାମାଙ୍କନ କଲେ; ଦେଖନ୍ତୁ ଭିଡିଓ....
ପ୍ରଚାର ଚାଲିଛି ଜୋରଦାର
ତେବେ ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡ଼ା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର । ବିଜେଡି ପ୍ରାର୍ଥୀ ନୂଆପଡାରେ ପହଞ୍ଚି ଗତକାଲି ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଶାଳ ଶୋଭାଯାତ୍ରା କରି ପତିଆରା ଦେଖାଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ସେପଟେ ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ। ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ନୂଆପଡ଼ାର କେମିତି ବିକାଶ ହେବ ସେକଥା ବୁଝାଉଛନ୍ତି ।
ଜମିବାଡ଼ି ଲୋଭ ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ ; ପୁତୁରାକୁ ହାଣିଲା ଦାଦା
ସେହିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ବଡ ବଡ ସମାବେଶ ନକରି, ଛୋଟ ଛୋଟ ବୈଠକ କରୁଛି । ପ୍ରଥମେ ଆଦିବାସୀଙ୍କ ସହ ବୈଠକ କରିବା ପରେ କୃଷକଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଓ ନେତା । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଧାନ ମଣ୍ଡି ଭଳି ମୁଦ୍ଦାକୁ ପ୍ରସଙ୍ଗ କରି ଭୋଟ୍ ମାଗୁଛନ୍ତି କଂଗ୍ରେସ ପ୍ରାର୍ଥୀ ।