କନକ ବ୍ୟୁରୋ: ବିହାରରେ ଏବେ ଚାଲିଛି ନିର୍ବାଚନର ପର୍ବ । ନେତାମାନେ ଏବେ ନାମାଙ୍କନ ଚଲାଇଥିବାବେଳେ, ପ୍ରଚାର ଅଭିଯାନକୁ ମଧ୍ୟ ଜୋରଦାର କରିଛନ୍ତି । ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ତେଜପ୍ରତାପ ଯାଦବଙ୍କ ନୂଆ ପାର୍ଟି ଜନଶକ୍ତି ଜନତା ଦଳର ଜଣେ ପ୍ରାର୍ଥୀ ଅରୁଣ ଯାଦବ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଯାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଭିଡିଓ ଦେଖନ୍ତୁ...
अरुण यादव भैंस पर चढ़कर नामांकन करने पहुंचे
— Manjeet Ghoshi (@ghoshi_manjeet) October 18, 2025
तेजू की पार्टी देख लेना सबसे अधिक INDIA का वोट कटेगी बाक़ी बिहार चुनाव में नौटंकी की भी अब कमी नहीं है
#BiharElection2025pic.twitter.com/0rwGisS1Rc
ଅରବଲର ନାମାଙ୍କନ ଦାଖଲ କାର୍ଯ୍ୟାଳୟରେ ଯେତେବେଳେ ଅରୁଣ ଯାଦବ ପହଞ୍ଚିଥିଲେ, ସେତେବେଳେ ସବୁ ଗଣମାଧ୍ୟମର ନଜର ତାଙ୍କ ଉପରେ ପଡ଼ିଥିଲା । କାହିଁକି ନା ସେ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ । ତାଙ୍କ ହାତରେ ଲାଲୁ ଯାଦବଙ୍କ ଫଟୋ ଥିଲା ଆଉ ସେ ନିଜେ ବସିଥିଲେ ମଇଁଷି ଉପରେ । ସମର୍ଥକଙ୍କ ସହ ନାରାବାଜି ଭିତରେ ସେ ନିଜର ନାମାଙ୍କନ ଦାଖଲ କରିଥିଲେ ।
ରେଲୱେ ସମ୍ପର୍କିତ ଫେକ୍ ଭିଡିଓ ପୋଷ୍ଟ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ଅଶ୍ୱିନୀ ବୈଷ୍ଣବ
ଅରୁଣ ଯାଦବଙ୍କ କହିବା କଥା, ସେ ସାଧାରଣ ଲୋକଙ୍କ ପ୍ରାର୍ଥୀ । ତେଣୁ ଅତି ସାଧାରଣ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିଲେ । ମଇଁଷି ଆମ କଠିନ ପରିଶ୍ରମ କରୁଥିବା ଜନତାଙ୍କ ପ୍ରତୀକ । ଯାହାକୁ ଚାଷୀ ଆଉ ଗରିବ ଘରର ଲୋକ ଲାଳନପାଳନ କରିଥାନ୍ତି । ତେଣୁ ଆମେ ବି ସେହି ଢଙ୍ଗରେ ଲୋକଙ୍କ ସେବା କରିବୁ । ଜାଣିରଖିବା ଉଚିତ ଯେ, ତେଜପ୍ରତାପ ଯାଦବ ଏଥର ନିଜର ନୂଆ ପାର୍ଟି ଗଠନ କରିଛନ୍ତି । ଯାହାର ନାଁ ରହିଛି ଜନଶକ୍ତି ଜନତାଦଳ । ଏଥର ଅନେକ ସିଟରେ ତେଜପ୍ରତାପ ଯାଦବଙ୍କ ଦଳ ନିଜର ପ୍ରାର୍ଥୀ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/10/20/arun-yadav-files-nomination-on-buffalo-2025-10-20-11-13-46.jpg)