କନକ ବ୍ୟୁରୋ : ଦୀପାବଳିରେ ଅଘଟଣ, ଦାଦା ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ଚିଙ୍ଗେରକଟା ଗାଁରୁ ଆସିଲା ଅଭାବନୀୟ ଘଟଣା । ଜମିବାଡ଼ିକୁ ବିବାଦକୁ ନେଇ ଗାଁର କିଶୋର ଖଣ୍ଡା ଓ ତାଙ୍କ ଦାଦାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ।  ଏହାକୁ ନେଇ ଗତକାଲି କିଶୋରଙ୍କ ଦାଦା ଏକ ଛୁରୀରେ ପୁତୁରା କିଶୋର ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛନ୍ତି । ଆକ୍ରମଣରେ ପୁତୁରାର ପେଟ, ହାତ, ମୁଣ୍ଡ ଏବଂ ଗୋଡ଼ ରେ ଗଭୀର ଆଘାତ ଲାଗିଛି । ସେହିପରି ସ୍ତ୍ରୀ ଭାମାଙ୍କ ଅଣ୍ଟା ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଉଭୟ ଙ୍କୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Advertisment

ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଙ୍ଘନ, ପୁଣି ହମାସ ଓ ଇସ୍ରାଏଲ ଭିତରେ ଯୁଦ୍ଧ ସ୍ଥିତି

ଅନ୍ୟପଟେ କେନ୍ଦୁଝର ହାଟଡିହିରୁ ବି ଆସିଛି ସମାନ ଘଟଣା । ଜମି ବାଡ଼ି ବିବାଦକୁ ନେଇ ଭାଉଜକୁ ଆକ୍ରମଣ କରିଛି ଦିଅର । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଆନନ୍ଦପୁର ଥାନା ଗୋଳାବନ୍ଧ ଗାଁରେ ବାସନ୍ତୀ ନାଏକ ନାମକ ବିଧବା ଅସହାୟ ମହିଳାଙ୍କୁ ତାଙ୍କ ଦିଅର ବୁଦ୍ଧିଆ ନାଏକ ଟାଙ୍ଗିଆରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଆକ୍ରମଣ ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଭାଉଜକୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ବୁଦ୍ଧିଆକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।