କନକ ବ୍ୟୁରୋ : ଚିଲିକା କୂଳରୁ ଧରା ପଡ଼ିଲା ପକ୍ଷୀ ଶିକାରୀ । ଦୁଇଟି ମୃତ ପକ୍ଷୀ ବନ୍ଧୁକ ଆଉ ଗୁଳି ସହ ଶିକାରୀକୁ ବାନ୍ଧିଲା, ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ ରେଞ୍ଜ୍‌ର ସ୍ଵତନ୍ତ୍ର ସ୍କ୍ୱାର୍ଡ । ସିଆଣ୍ଡି ବିଟ୍‌ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବାବେଳେ ଧରା ପଡିଛି ଅଭିଯୁକ୍ତ ଶିକାରୀ । ପକ୍ଷୀ ଶିକାରୀ ଜଣଙ୍କ ସ୍ଥାନୀୟ କୃଷ୍ଣପ୍ରସାଦ ବ୍ଳକ୍ ମାଲୁଦ ଅଞ୍ଚଳର ଶେଖ୍ ମୁସ୍ତାକ ବୋଲି ଜଣାପଡିଛି । ମଟର ସାଇକେଲ୍‌ରେ ଯାଉଥିବା ବେଳେ ତା ଉପରେ ସନ୍ଦେହ କରିଥିଲା ବନ ବିଭାଗ । ତା ବାଇକରେ ଥିବା ଏକ ବ୍ୟାଗ୍‌ରୁ ଇଗ୍ରେଟ ପ୍ରଜାତିର ଦୁଇଟି ପକ୍ଷୀ ଗୋଟିଏ ବନ୍ଧୁକ ଓ ତିନୋଟି ଦେଶୀ ବନ୍ଧୁକର ଗୁଳି ମିଳିଥିଲା ।

Advertisment

ତଦନ୍ତବେଳେ ନିଜ ସପକ୍ଷରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାକୁ ବନ୍ୟା ପ୍ରାଣୀ ସଂରକ୍ଷଣ ନିୟମ ୧୯୭୨ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବେଆଇନ ପକ୍ଷୀ ଶିକାର ବିରୁଦ୍ଧରେ ଶୂନ୍ୟ ସହନଶିଳତା ନୀତିକୁ ଆପଣାଇଛି ଚିଲିକା ଡିଭିଜନ ।

ଅଧିକ ପଢ଼ନ୍ତୁ : ଚିଲିକାରେ ଚାଲିବ ସି’ପ୍ଲେନ୍‌; ହେଲି ଟ୍ୟାକ୍ସିରେ ବୁଲିବେ ପର୍ଯ୍ୟଟକ

ଚିଲିକାରେ ହେବ ପର୍ଯ୍ୟଟନ ସେକ୍ଟର । ୧୪୮ ଏକର ଊର୍ଦ୍ଧ୍ବ ବେସରକାରୀ ଜମିକୁ ଅଧି ଗ୍ରହଣ କରିବ ଇଡକୋ । ଡୋକାର ନାମକ ଏକ ସଂସ୍ଥା ଦ୍ୱାରା ସର୍ଭେ କରିବା ସହ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ହୋଇଛି ଜନ ଶୁଣାଣି । ଚିଲିକାରେ ପର୍ଯ୍ୟଟନ ସେକ୍ଟର ହେଲେ ଦେଶ ଓ ବିଦେଶରେ ପର୍ଯ୍ୟଟକଙ୍କୁ କରିବ ଆକୃଷ୍ଟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ସମଲ ଗାଁ । ଗାଁ ଚାରିପଟେ ରହିଛି ଚିଲିକାର ମନୋରମ ଦୃଶ୍ୟ । ଆଗକୁ ଆହୁରି ଅଧିକ ସୁନ୍ଦର ହେବ । ଚିଲିକାରେ ନୌଚାଳନା ସହ ଆମୋଦ ପ୍ରମୋଦ ପାଇଁ କରାଯିବ ବ୍ୟବସ୍ଥା । ତେଣୁ ଗାଁ ପାଖରେ ଥିବା ୧୪୮ ଏକରରୁ ଅଧିକ ଜମିକୁ ଅଧିଗ୍ରହଣ କରିବ ଇଡ୍‌କୋ । ଡୋକାର ନାମକ ଏକ ସଂସ୍ଥା ମାଧ୍ୟମରେ ଆରମ୍ଭ ହୋଇଛି ସର୍ଭେ । ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଖଲ୍ଲିକୋଟ ତହସିଲଦାର ମାଲେଶ୍ୱର ପାତ୍ରଙ୍କ ସହ ସଂସ୍ଥାର କର୍ମଚାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇସାରିଛି ଜନ ଶୁଣାଣି ଶିବିର ।

ଚିଲିକା କୂଳରେ ସରକାରଙ୍କ ତରଫରୁ ପର୍ଯ୍ୟଟନ ସେକ୍ଟର ହେଲେ ରୋଜଗାରକ୍ଷମ ହୋଇପାରିବେ ସ୍ଥାନୀୟ ଲୋକ । କିନ୍ତୁ ଜମି ଅଧିଗ୍ରହଣ ହେଲେ ଚାଷବାସ କରି ଜୀବନ ନିର୍ବାହ କରୁଥିବା ସମଲ ଗ୍ରାମବାସୀ ଚାଷ ହରାଇବେ । ତଥାପି ନିଜ ଅଞ୍ଚଳର ସାମଗ୍ରୀକ ବିକାଶ ଆଶାରେ ଉଚିତ ପାଉଣା ମିଳିଲେ ସରକାରଙ୍କୁ ଜମି ଦେବା ସହ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରିଛନ୍ତି ।