କନକ ବ୍ୟୁରୋ : ବିହାରରୁ ଆସୁଛି ବନ୍ଧୁକ ଆଉ କୋଲକତାରୁ ଆସୁଛି ବ୍ରାଉନ ସୁଗାର। ଧୀରେ ଧୀରେ ସମ୍ବଲପୁର କ୍ରାଇମ କ୍ୟାପିଟାଲ ବନୁଥିବା ବେଳେ ଛୋଟ ମାଛକୁ ଧରି ବାଃ ବାଃ ନେଉଛି ପୁଲିସ।
ଅଡ଼ୁଆରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆଣିଲେ ବିଏସପି ନେତା
ସମ୍ବଲପୁର ସହରକୁ ଚରି ଗଲେଣି ଅପରାଧୀ । ଦିନ ଦ୍ବିପହରେ ହାତରେ ବନ୍ଧୁକ ଧରି ବୁଲୁଛନ୍ତି। ପୁଣି ଖୋଲାଖୋଲି ଚାଲିଛି ଡ୍ରଗ୍ସ ବେପାର। ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟ ବାହାରୁ ସମ୍ବଲପୁରରୁ ବନ୍ଧୁକ ପୁଣି ନିଶା ସାମଗ୍ରୀ ଆସୁଛି, ସମ୍ବଲପୁରରେ ଛୋଟ ବେପାରୀ କିମ୍ବା ଅପରାଧୀ ଧରାପଡ଼ୁଛନ୍ତି ହେଲେ କାରବାରର ମୁଖିଆ ତଥା ମୁଖ୍ୟ ସପ୍ଲାୟରଙ୍କୁ ଧରିବାରେ ବିଫଳ ହେଉଛି ସମ୍ବଲପୁର ପୁଲିସ। ମଙ୍ଗଳବାର ୧୦ଲକ୍ଷ ଟଙ୍କାର ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ସମ୍ବଲପୁର ଟାଉନ ଥାନା ପୁଲିସ। ଏହା ସହିତ ୩ ମହିଳାଙ୍କ ସହ ୫ ଜଣକୁ ଗିରଫ କରିଛି ପୁଲିସ। ଏମାନେ କୋଲକାତାରୁ ବ୍ରାଉନସୁଗାର ଆଣି ସମ୍ବଲପୁରରେ ବେପାର କରୁଥିଲେ। ସେହିପରି ସୋମବାର ୨ ହାର୍ଡକୋର କ୍ରିମିନାଲଙ୍କୁ ବାନ୍ଧିଛି ପୁଲିସ। ସେମାନଙ୍କଠୁ ଦୁଇଟି ଦେଶୀ ବନ୍ଧୁ, ୭ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।
ଖବର ବାଜିଲେ ସରକାର ଶୁଣନ୍ତି ; ଉପାନ୍ତ ଗାଁରେ ବାବୁ ପହଞ୍ଚନ୍ତି
ରାଜ୍ୟ ବାହାର ଅପରାଧୀ ଓ ବେପାରୀଙ୍କୁ ବୋଧେ ସମ୍ବଲପୁର ସୁହାଉଛି । ସମ୍ବଲପୁର ଜେଲରେ ୭୨୧କଏଦୀଙ୍କ ମଧ୍ୟରୁ ୧୪୦ ଜଣ ବାହାର ରାଜ୍ୟର । ବଡକଥା ୧୪୦ କଏଦୀଙ୍କ ମଧ୍ୟରୁ ୯୦ ପ୍ରତିଶତ ନିଶା କାରବାର କିମ୍ବା ବନ୍ଧୁକ ବେପାରରେ ସମ୍ପୃକ୍ତ। ଅପରାଧୀଙ୍କ ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶାର ହାର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/sambalpur-2025-11-19-18-54-37.jpg)