କନକ ବ୍ୟୁରୋ: ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତର ସୁବର୍ଣ୍ଣପୁର ଗାଁ । ଅନ୍ଧାରରେ ବୁଡ଼ିଥିବା ଗାଁରେ ଡେରା ପକାଇଲେଣି ସରକାରୀ ବାବୁ । ଜଣେ ଦୁଇ ଜଣ ନୁହେଁ ମାଳମାଳ ଅଧିକାରୀ ସୁବର୍ଣ୍ଣପୁରରେ ପହଞ୍ଚି ଲୋକଙ୍କୁ ଭେଟୁଛନ୍ତି , ଭଲମନ୍ଦ ପଚାରି ବୁଝୁଛନ୍ତି । ଆଉ ଏ ସବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ । ଗଣମାଧ୍ୟମରୁ ଏଇ ଗାଁର ଦୁଃଖ ସଂପର୍କରେ ଜାଣିବାକୁ ପାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତୁରନ୍ତ ଉପାନ୍ତ ଗାଁରେ ସବୁ ସରକାରୀ ସୁବିଧା ପଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ତା'ପରେ, ପ୍ରାଶାସନିକ ବାବୁଙ୍କ ସୁଅ ଛୁଟିଛି ସୁବର୍ଣ୍ଣପୁରକୁ ।
ଅଧିକ ପଢ଼ନ୍ତୁ--୩୪ ବର୍ଷ ଧରି ଆତଙ୍କ ଖେଳାଇଥିଲା ହିଡମା; ମାଓ କ୍ୟାରିୟରେ କରିଛି ୩୬୭ ହତ୍ୟା
ମହମବତୀ ଆଲୁଅ ଭରସାରେ ବଞ୍ଚିଥିବା ଗାଁର ଲୋକଙ୍କ ସମସ୍ୟାକୁ ପ୍ରଥମ କନକ ନ୍ୟୁଜ୍ ପ୍ରସାରଣ କରିଥିଲା । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖିଥିଲେ ଆମ୍ ପ୍ରତିନିଧି । ସମଗ୍ର ରାଜ୍ୟବାସୀଙ୍କୁ ଜଣାଇଥିଲେ ଗାଁ ଲୋକଙ୍କ ଦୁର୍ଦ୍ଦଶା । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଧରାକୋଟ ବିଡିଓ, ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ ଗାଁରେ ପହଞ୍ଚି ସର୍ଭେ କରିବା ସହ କାମ ଆରମ୍ଭ କରିଛନ୍ତି । ଆଗାମୀ ୧୦ ଦିନ ଭିତରେ ଗାଁକୁ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ଧରାକୋଟ ବିଡିଓ କହିଛନ୍ତି । ଆଉ ଦିନ କେଇଟା ଭିତରେ ବିଜୁଳି ଆଲୁଅରେ ଝଲସିବ ଗାଁ । ଏନେଇ କାମ ଆରମ୍ଭ ହେବା ପରେ କନକ ନ୍ୟୁଜ୍ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/19/ganjam-2025-11-19-17-51-27.jpg)