କନକ ବ୍ୟୁରୋ : ଗଞ୍ଜେଇଠୁ ଆରମ୍ଭ କରି ଡ୍ରଗ୍ସ ଏବଂ କଫ୍ସିରପ୍ , ସମ୍ବଲପୁରରେ ସବୁ ଉପଲବ୍ଧ । ନିଶା କରବାରରେ ରେକର୍ଡ କରୁଛି ସହର । ଗତ ୧୧ ମାସ ମଧ୍ୟରେ ପ୍ରାୟ ଦେଢ଼ କୋଟି ଟଙ୍କାର ଡ୍ରଗ୍ସ, ଗଞ୍ଜେଇ ଓ କଫ୍ସିରଫ୍ ଜବତ କଲାଣି ପୁଲିସ । ଯେତିକି ଧରାପଡୁଛି, ତାଠୁ ଅଧିକ ବୁଲୁଛି ବଜାରରେ । ସମ୍ବଲପୁର ସହର ସାରା ବ୍ୟାପିଗଲାଣି ନିଶା କାରବାରର ଚେର । ଗତ ୧୧ ମାସ ଭିତରେ ଜବତ ହେଲାଣି ୩୨ ହଜାର ୫୪୩ ବୋତଲ କଫସିରପ୍ , ଯାହାର ମୂଲ୍ୟ ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ । ଏ ନେଇ ୧୧୫ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହୋଇଛନ୍ତି ୩୬୦ ଜଣ । ସେହିପରି ୫ ଲକ୍ଷ ୭୪ ହଜାର ଟଙ୍କା ଏବଂ ୭୭ଟି ମୋବାଇଲ, ୬୨ଟି ବାଇକ୍ ଓ ୧୫ଟି ଚାରିଚକିଆ ଗାଡ଼ି ଜବତ କରିଛି ପୁଲିସ ।
ଅଧିକ ପଢନ୍ତୁ :ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ
୧୧ ମାସରେ ୩୨ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ବି ଜବତ କରିଛି ପୁଲିସ , ମାମଲାରେ ବନ୍ଧା ହୋଇଛନ୍ତି ୨୭ ଜଣ । ୨୦ଟି ମୋବାଇଲ୍ ସହ ୭୭ ହଜାର ୬୮୦ ଟଙ୍କା ଜବତ ହୋଇଛି । ସେହିପରି ପ୍ରାୟ ୬୫୨ କେଜି ଗଞ୍ଜେଇ ମିଳିଛି, ଯାହାର ମୂଲ୍ୟ ୬୫ ଲକ୍ଷ ଟଙ୍କା । ୨୨ଟି ମାମଲାରେ ୩୪ ଜଣ ଗିରଫ ହୋଇଥିବା ବେଳେ ଏମାନଙ୍କଠାରୁ ଜବତ ହୋଇଛି ୭୬ ହଜାର ୫୦୦ ଟଙ୍କା, ୧୪ଟି ମୋବାଇଲ, ୭ଟି ବାଇକ୍ ଓ ୫ଟି ଚାରିଚକିଆ ଗାଡ଼ି । କୁହାଯାଉଛି ରାତାରାତି କୋଟିପତି ହେବାର ସ୍ବପ୍ନ ଯୁବପିଢ଼ିଙ୍କୁ ନିଶା କାରବାର ଆଡ଼କୁ ଟାଣି ଆଣୁଛି । ବାହାଘର ପାର୍ଟିରେ ବି କୋରକ୍ସ ବଣ୍ଟାଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/13/sambalpur-2025-11-13-19-23-16.jpg)