କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଠାରୁ ତିନିଦିନିଆ ବିହାର ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବାକୁ ତାଙ୍କ ବସଭବନରେ ପହଂଚିଛନ୍ତି । ଏହାପରେ ସେ ନିର୍ବାଚନ ପ୍ରଚାରରେ ଛପରା ଯିବେ । ସେଠାରେ ସେ ବିଧାୟକ ପ୍ରାର୍ଥୀ ଜନକ ସିଂଙ୍କ ନାମାଙ୍କନରେ ବି ସାମିଲ ହେବେ । ଏହାପରେ ଜନସଭାକୁ ସମ୍ବୋଧିତ କରିବେ । 

Advertisment

ସେପଟେ ନୀତିଶ କୁମାରଙ୍କ ସହ ଭେଟ ହେବା ପୂର୍ବରୁ ଶାହ ଏକ ବଡ଼ ବୟାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ସେ କହିଛନ୍ତି କି, ବିହାରରେ ଏନଡିଏ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ । ହେଲେ ନିର୍ବାଚନରେ ବିଜୟ ହେବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ଏନଡିଏ ବିଧାୟକ ଦଳ ବୈଠକ ନିର୍ଣ୍ଣୟ କରିବ । 
ଏନଡିଏର ସମସ୍ତ ସହଯୋଗୀଦଳମାନେ ୨୪୩ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି । ଆଜି ବିଜେପି ପ୍ରାର୍ଥୀ ତଥା ଲୋକଗାୟିକା ମୈଥିଲି ଠାକୁର ଅଲିନଗର ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଭରିବେ । 

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ ତାରିଖରେ ହେବ । ଏହି ପ୍ରଥମ ପର୍ଯ୍ୟାୟରେ ୧୨୧ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ନାମାଙ୍କନର ଶେଷ ଦିନ । ସେପଟେ ମହାଗଠବନ୍ଧନର ଆସନ ବୁଝାମଣା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କଂଗ୍ରେସ ଗୁରୁବାର ଦିନ ୪୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । 

ମନମୋହନ ଗଢ଼ିଲେ ନୂଆ ଟିମ୍ : ସଙ୍ଗଠନରେ ସାଂସଦ, ବିଧାୟକଙ୍କୁ ପଦ ମିଳିଲାନି

ସେପଟେ ମହାଗଠବନ୍ଧନର ମୁଖ୍ୟଦଳ ଆରଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । କିଛି ଆଶାୟୀ ଅନଔପଚାରିକ ଭାବେ ନିର୍ବାଚନ ଚିହ୍ନ ମିଳିଥିବା କୁହାଯାଉଛି । ସେପଟେ ମହାଗଠବନ୍ଧନର ସହଯୋଗୀ ଦଳ ଭିଆଇପି ମୁଖ୍ୟ ମୁକେଶ ସାହାଣୀ ୧୫ ଆସନରେ ସନ୍ତୁଷ୍ଟ ହୋଇଛନ୍ତି । 

ସେପଟେ ବିଜେପି ଭଳି ମହାଗଠବନ୍ଧନ ମଧ୍ୟ କିଛି ସେଲିବ୍ରେଟି କିମ୍ବା ତାଙ୍କ ପରିବାର ଲୋକଙ୍କୁ ଟିକେଟ ଦେଇଛି । ବିଜେପି ଲୋକଗାୟିକା ମୈଥିଲି ଠାକୁରଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିଜର ଲୋକପ୍ରିୟ ଅଭିନେତା ଖେସାରୀଲାଲ ଯାଦବଙ୍କ ପତ୍ନୀଙ୍କୁ ଛପରା ବିଧାନସଭା ଆସନରୁ ଟିକେଟ ଦେଇଛି । 

ନୂଆପଡ଼ା ଉପନିର୍ବାଚନ ପାଇଁ ତେଜୁଛି ରାଜନୀତି: ମିଶ୍ରଣ ପର୍ବକୁ ନେଇ ଧରୁଛି ଚର୍ଚ୍ଚା

ଏସବୁ ଭିତରେ ଜେଡିୟୁର କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୟ ଝା ମହାଗଠବନ୍ଧନକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ଆଜି ନାମାଙ୍କନର ଶେଷ ଦିନ ହୋଇଥିଲେ ବି ମହାଗଠବନ୍ଧନ ପ୍ରାର୍ଥୀ ଘୋଷଣା କରିପାରିନାହିଁ । ତାଙ୍କର ଏଜେଣ୍ଡା ବିହାରର ବିକାଶ ନୁହେଁ ବରଂ କ୍ଷମତା ହାତେଇବାରେ ରହିଛି । ବିହାର ଜନତା ସବୁ ଦେଖୁଛନ୍ତି ।