ପଞ୍ଚାୟତ ନିର୍ବାଚନ ପାଇଁ ମୋହନ ସରକାରଙ୍କ ବଡ଼ ପ୍ରସ୍ତୁତି, ଆସୁଛି ମୁଖ୍ୟମନ୍ତ୍ରୀଙ୍କ ମିସନ ପାୱାର, ଡେଡଲାଇନ୍ ନୁହେଁ ଏବେ ସିଧା ଟାଇମଲାଇନ୍

ସବୁ ବିଭାଗକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବହୁତ ଗାଁକୁ ରାସ୍ତା ସଂଯୋଗୀକରଣ ହୋଇପାରିନି। ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି । ପୂର୍ବରୁ ଅନେକ ସମୟ ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ  କାମ ସରିନାହିଁ। ଏପଟେ ଲକ୍ଷ ଲକ୍ଷ ପରିବାର ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚିତ ଅଛନ୍ତି । ବହୁତ ଗାଁକୁ ପାନୀୟ ଜଳ ପହଞ୍ଚିପାରିନାହିଁ ।

mission

କନକ ବ୍ୟୁରୋ :  ବଦଳିଲା ଶାସନର ଢାଞ୍ଚା । ଆଉ ଡେଡଲାଇନ ନୁହେଁ ସିଧା ଟାଇମଲାଇନ । ୨୦୨୭ ସୁଦ୍ଧା  ସବୁ ଗାଁକୁ ପହଞ୍ଚିବ ବିଦ୍ୟୁତ୍‌, ପାଣି ଓ ରାସ୍ତା । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗେମପ୍ଲାନ୍ ଆରମ୍ଭ କଲେଣି ମୋହନ ସରକାର । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମିଶନ ପାୱାର । ମୁଖ୍ୟମନ୍ତ୍ରୀ ଏହାର ନିଜେ ତଦାରଖ କରିବେ ।

ନବୀନଙ୍କ ସୁରକ୍ଷାରେ ଢିଲା ଥିଲା କି ? କାହିଁକି ଅଧିକ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କଲା ବିଜେଡି

ସବୁ ବିଭାଗକୁ  ଚିଠି ଲେଖିଛନ୍ତି ମୁଖ୍ୟଶାସନ ସଚିବ । ଗାଁର ବିକାଶ ପାଇଁ ଦିଆଯାଇଛି ଡେଡଲାଇନ । ଲକ୍ଷ୍ୟ, ୨୦୨୭ ଡିସେମ୍ବର ସୁଦ୍ଧା ଗାଁ ପହଞ୍ଚିବ ମୌଳିକ ସୁବିଧା । ଏଥିପାଇଁ ଖୁବଶୀଘ୍ର ମୋହନ ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ମିଶନ ପାୱାର' । ପାୱାରର ଅର୍ଥାତ୍ ବିଦ୍ୟୁତ୍‌ ଯୋଗାଣ, ଜଳଯୋଗାଣ ଓ ରାସ୍ତା ସଂଯୋଗୀକରଣ । ଏହି  କାର୍ଯ୍ୟକ୍ରମ  ମିଶନ ମୋଡରେ କରାଯିବ । ଏଥିପାଇଁ ସଂକଳ୍ପ ଚିଠା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି । ସବୁ ବିଭାଗକୁ କୁହାଯାଇଛି, ସମୟ ସୀମା ଭିତରେ କାମ ସାରିବେ ।

ନବୀନଙ୍କ ସ୍କ୍ରିପ୍ଟ୍‌ କିଏ ଲେଖିଥିଲେ : ମୁଖ୍ୟମନ୍ତ୍ରୀ

  
ଭିଜନ ୨୦୩୬ର କଥା କହୁଛନ୍ତି ସରକାର । ସ୍ବାଧୀନତା ଅମୃତ ମହୋତ୍ସବ ପାଳନ କରାଯାଉଛି । ହେବେ ଦୁର୍ଭାଗ୍ୟର କଥା ଏବେ ବି ରାଜ୍ୟର ଅନେକ ଗାଁ ଅପହଞ୍ଚ ପାଲଟିଛି । ପୂର୍ବ ସରକାର ଗାଁ ବିକାଶର ସ୍ବପ୍ନ ଦେଖାଇଥିଲେ, ହେଲେ ତାହା ଅଧୁରା ରହିଯାଇଥିଲା । ଏବେ ମୋହନ ସରକାର ୨୦୨୭ର କଥା କହିଛନ୍ତି ।  
କେମିତି କାର୍ୟ୍ୟକାରୀ ହେବ ‘ମିଶନ ପାୱାର’? 
ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ରହିବ 
ମିଶନର ନିଜସ୍ବ ଅଫିସ ରହିବ। ବିଭିନ୍ନ ବିଭାଗରୁ ଆସିବେ କର୍ମଚାରୀ। 
ଅପହଞ୍ଚ ଅଂଚଳର ଷ୍ଟାଟସ ରିପୋର୍ଟ ଦେବେ ଜିଲ୍ଲାପାଳ। 
ନଭେମ୍ବର ସୁଦ୍ଧା ରିପୋର୍ଟ ଦିଆଯିବ 
ଆସନ୍ତା ଦୁଇ ଆର୍ଥିକ ବର୍ଷରେ ଦିଆଯିବ ସ୍ବତନ୍ତ୍ର ଅନୁଦାନ 

ସବୁ ବିଭାଗକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବହୁତ ଗାଁକୁ ରାସ୍ତା ସଂଯୋଗୀକରଣ ହୋଇପାରିନି। ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି । ପୂର୍ବରୁ ଅନେକ ସମୟ ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ  କାମ ସରିନାହିଁ। ଏପଟେ ଲକ୍ଷ ଲକ୍ଷ ପରିବାର ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚିତ ଅଛନ୍ତି । ବହୁତ ଗାଁକୁ ପାନୀୟ ଜଳ ପହଞ୍ଚିପାରିନାହିଁ ।

ଅମଳ ଆଗରୁ ଉଜୁଡ଼ିଗଲା ଫସଲ; ଭାଙ୍ଗିଗଲା ଚାଷୀର ସ୍ବପ୍ନ

'ମିସନ ପାୱାର'କୁ ମିସନ ମୋଡରେ କରିବାକୁ ଆସନ୍ତା ୧୦ତାରିଖରେ ବଡ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବୈଠକରେ ଯୋଜନା କାର୍ଯ୍ୟକାରୀ  ସମ୍ପର୍କରେ ବିସ୍ତୁତ ଆଲୋଚନା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe