କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ଏବଂ ପ୍ରଶାନ୍ତ କିଶୋରଙ୍କ ନୂଆ ଦଳ ଜନ ସୂରାଜ ପାର୍ଟି ଗୋଟିଏ ବି ସିଟ୍ ନ ଜିତିବା ପରେ ଏବେ ସାମ୍ନାକୁ ଆସିଛି ବଡ଼ ଖବର । ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ନୂଆଦିଲ୍ଲୀରେ ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପରସ୍ପରକୁ ଭେଟିଛନ୍ତି, ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ।
ପ୍ରଶାନ୍ତ କିଶୋର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଭେଟଘାଟ ପରେ ଏବେ ଚର୍ଚ୍ଚା ହେଉଛି, ପୁଣିଥରେ କଣ କଂଗ୍ରେସ ସହ ନଜର ଆସିବେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ? ନା ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା? ମିଳିଥିବା ସୂଚନା ଅନୁସାରେ, ଦୁଇ ନେତାଙ୍କ ଭିତରେ ହୋଇଥିବା ସାକ୍ଷାତକାର ସମୟରେ ଏହି ମିଟିଂରେ ଭୋଟ୍ କାଟିବା ପ୍ରସଙ୍ଗ ଉଠିଥିଲା। ପ୍ରଶାନ୍ତ କିଶୋରଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଉଭୟ ଏହି ପ୍ରସଙ୍ଗ ଉଠାଇଥିଲେ । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିବା ସହିତ ଏହି ସାକ୍ଷାତକାରକୁ ଅସ୍ୱୀକାର କରୁଛନ୍ତି ।
ଆହୁରି ପଢ଼ନ୍ତୁ : ମୁହଁ ଖୋଲିଲେ ବିଧାୟକ ହିମାଂଶୁ ଶେଖର ସାହୁ; କହିଲେ,ନିର୍ଯାତନା ଦେଉଛନ୍ତି ପ୍ରଣବ ବଳବନ୍ତରାୟ
ଜାଣିରଖିବା ଉଚିତ ଯେ, ବିହାର ବିଧାନସଭା ନିର୍ବାଚନର ପ୍ରାୟ ଗୋଟିଏ ମାସ ପରେ ପ୍ରଶାନ୍ତ କିଶୋର ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି । ତେବେ ରାଜନୈତିକ ରଣନୀତିକାର ଭାବେ ପରିଚିତ ପ୍ରଶାନ୍ତ କିଶୋର ଏଥର ନିଜର ପାର୍ଟି ଜନ ସୂରାଜ ପାର୍ଟିକୁ ନେଇ ବିହାର ବିଧାନସଭା ନିର୍ବାଚନ ଲଢ଼ିଥିଲେ । ହେଲେ ତାଙ୍କ ଦଳ କିନ୍ତୁ ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିନଥିଲା । ହେଲେ ଏବେ ପ୍ରଶାନ୍ତ କିଶୋର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଭେଟଘାଟ ଚର୍ଚ୍ଚା ସୃଷ୍ଟି କରିଛି ।
ଆପଣ ଭଲ ଭାବେ ଜାଣିଥିବେ ଯେ, ପ୍ରଶାନ୍ତ କିଶୋର ଏବଂ ଗାନ୍ଧୀ ପରିବାର ଭିତରେ ପୂର୍ବରୁ ସମ୍ପର୍କ ରହିଛି । ଏମିତି କଂଗ୍ରେସ ପାଇଁ ୟୁପି ନିର୍ବାଚନ ଏବଂ ପଞ୍ଜାବ ନିର୍ବାଚନରେ ସେ ରଣନୀତି ପ୍ରସ୍ତୁତ କରିଥିଲେ । ତାଙ୍କ ରଣନୀତିରେ କଂଗ୍ରେସ ୟୁପି ନିର୍ବାଚନ ହାରିଥିଲେ ବି ପଞ୍ଜାବରେ ସରକାର ଗଠନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/15/prashant-kishor-and-priyanka-gandhi-2025-12-15-16-01-30.webp)