ଟି-୨୦ ବିଶ୍ବକପ୍‌ : ସେମିଫାଇନାଲ୍‌ରେ ଇଂଲଣ୍ଡ , ସେପଟେ ବିଶ୍ବକପ୍‌ ଅଧାରୁ ଘରକୁ ଫେରିଲେ ରିଙ୍କୁ ସିଂ

Advertisment

ଟି-୨୦ ବିଶ୍ବକପରେ ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ ହାତେଇଛି ଇଂଲଣ୍ଡ । ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଦଳ । ଅଧିନାୟକ ହ୍ୟାରି ବ୍ରୁକ୍‌ଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏହି ମ୍ୟାଚରେ ବାଜି ମାରିଛି । ପ୍ରଥମ ଓଭର ପ୍ରଥମ ବଲ୍‌ରୁ ୱିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲଣ୍ଡ ।

ଟି-୨୦ ବିଶ୍ବକପରେ ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ ହାତେଇଛି ଇଂଲଣ୍ଡ । ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଦଳ । ଅଧିନାୟକ ହ୍ୟାରି ବ୍ରୁକ୍‌ଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏହି ମ୍ୟାଚରେ ବାଜି ମାରିଛି । ପ୍ରଥମ ଓଭର ପ୍ରଥମ ବଲ୍‌ରୁ ୱିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲଣ୍ଡ ।

T-20 Cup

T-20 Cup Photograph: (Kanak News)

କନକ ବ୍ୟୁରୋ : ଟି-୨୦ ବିଶ୍ବକପରେ ପ୍ରଥମ ଦଳ ଭାବେ ସେମିଫାଇନାଲ ଟିକେଟ ହାତେଇଛି ଇଂଲଣ୍ଡ । ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଦଳ । ଅଧିନାୟକ ହ୍ୟାରି ବ୍ରୁକ୍‌ଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏହି ମ୍ୟାଚରେ ବାଜି ମାରିଛି । ପ୍ରଥମ ଓଭର ପ୍ରଥମ ବଲ୍‌ରୁ ୱିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲଣ୍ଡ । ଏପରିକି ବଟଲର ମଧ୍ୟ ସଅଳ ପ୍ୟାଭିଲିୟନ ଫେରିଥିଲେ । ହେଲେ କ୍ରିଜରେ ତିଷ୍ଠି ରହିଥିଲେ ହ୍ୟାରୀ ବ୍ରୁକ୍ । ସତର୍କତାର ସହ ଲଢ଼ୁଆ ବ୍ୟାଟିଂ କରି ଶତକ ହାସଲ କରିଥିଲେ ଏବଂ ଦଳର ବିଜୟକୁ ସହଜ କରିଥିଲେ । ୧୯ ତମ ଓଭରରେ ଦଳ ୨ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା ।

ତେବେ ଶେଷ ଓଭରର ପ୍ରଥମ ବଲ୍‌ରେ ବିଜୟ ସୂଚକ ଚୌକା ମାରିଥିଲେ ଜୋଫ୍ରା ଆର୍ଚର । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୧୬୫ ରନ୍‌ର ଳକ୍ଷ୍ୟ ଧାର୍ଯ୍ୟ କରିଥିଲା । ପାକିସ୍ତାନ ପକ୍ଷରୁ ଫରହାନ ସର୍ବାଧିକ ୬୩ ରନ୍ କରିଥିଲେ । ଟି-୨୦ ବିଶ୍ବକପ୍‌ରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ସୁପର-୮ ମୁକାବିଲା ଆରମ୍ଭରୁ ଝୁଣ୍ଟିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହେବାପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଯାତ୍ରା ଆଉ ସହଜ ହୋଇନାହିଁ । ଏଭଳି ସ୍ଥିତିରେ ଭାରତକୁ ଲାଗିଛି ଶକ୍ତ ଝଟକା । ଟିମ୍ ଇଣ୍ଡିଆର ବ୍ୟାଟର ରିଙ୍କୁ ସିଂ ବିଶ୍ବକପ୍‌ ଅଧାରୁ ଘରକୁ ଫେରିଛନ୍ତି । ଯାହା ଭାରତୀୟ ଟିମର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଚଳିତ ବିଶ୍ବକପରେ ରିଙ୍କୁ ଅଧିକାଂଶ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉଥିଲେ । ଏବେ ରିଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଘରକୁ ଫେରିବା କ୍ରିକେଟପ୍ରେମୀ ଓ ଟିମ୍ ମ୍ୟାନେଜମେଣ୍ଟକୁ ନିରାଶ କରିଛି । 

ଅଧିକ ପଢନ୍ତୁ : T 20 World Cup 2026: ହଠାତ୍‌ ଘରକୁ ଫେରିଲେ ରିଙ୍କୁ

ଅଧା ବିଶ୍ବକପ୍‌ରୁ ଘରକୁ ଫେରିଲେ ରିଙ୍କୁ 
ପାରିବାରିକ ଅସୁବିଧା ପାଇଁ ଟି-୨୦ ବିଶ୍ବକପ୍‌ ଅଧାରୁ ଘରକୁ ଫେରିଛନ୍ତି ରିଙ୍କୁ
ଅଚାନକ କ୍ରିକେଟରଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା
ବାପାଙ୍କୁ ଗ୍ରେଟର ନୋଏଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି 
ରିଙ୍କୁଙ୍କ ବାପାଙ୍କୁ ଏବେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି 
ଏହା ଜାଣିବା ପରେ ତୁରନ୍ତ ଟିମ୍ କ୍ୟାମ୍ପ୍ ଛାଡ଼ି ଘରକୁ ଫେରିଥିଲେ ରିଙ୍କୁ   
ଜିମ୍ବାୱେ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍‌ ଖେଳିବା ସମ୍ଭାବନା କ୍ଷୀଣ 
ପରବର୍ତ୍ତୀ ମ୍ୟାଚରେ ରିଙ୍କୁ ଉପଲବ୍ଧ ରହିବେ କି ନାହିଁ ତାହା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ
ରିଙ୍କୁ ଟିମ୍ ସହ ଚେନ୍ନାଇରେ ଥିଲେ, ଘଟଣା ଜାଣିବା ପରେ ଘରକୁ ଫେରିଛନ୍ତି 
ରିଙ୍କୁଙ୍କ ପ୍ରଦର୍ଶନ ଚଳିତ ବିଶ୍ବକପରେ ସେତେଟା ଭଲ ନାହିଁ 
୫ଟି ମ୍ୟାଚରୁ ମାତ୍ର ୨୪ ରନ୍ କରିବାରେ ସକ୍ଷମ ହୋଇଛନ୍ତି 
ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୂନରେ ଆଉଟ ହୋଇଥିଲେ 
ଆସନ୍ତାକାଲି ଜିମ୍ବାୱେ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe