କନକ ବ୍ୟୁରୋ : ହ୍ୟାରି ବ୍ରୁକ୍‌ଙ୍କ ବିସ୍ଫୋରକ ଶତକ (୫୧ ବଲ୍‌ରୁ ୧୦୦ରନ୍‌) ବଳରେ ପାକିସ୍ତାନକୁ ୨ ୱିକେଟ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ପାକିସ୍ତାନ ଦ୍ୱାରା ରଖାଯାଇଥିବା ୧୬୫ରନ୍‌ର ଲକ୍ଷ୍ୟକୁ ଇଂଲଣ୍ଡ ୫ ବଲ୍‌ ପୂର୍ବରୁ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା ।

Advertisment

ଅଧିକ ପଢ଼ନ୍ତୁ : ମିଲରଙ୍କ ସହ ରିଲ୍‌ ପାଇଁ ଦୁଷ୍କର୍ମ ଧମକ

ମଙ୍ଗଳବାର ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା । ଆରମ୍ଭରୁ ସାଇମ୍‌ ଆୟୁବ (୭) ଓ ସଲମାନ ଆଗା (୫)ଙ୍କୁ ହରାଇଥିଲେ ବି ଶାହିବଜାଦା ଫରହାନ୍‌ ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ( ୪୫ ବଲ୍‌ରୁ ୬୩) ପୂରଣ କରିଥିଲେ । ବାବର ଆଜମ (୨୪ ବଲ୍‌ରୁ ୨୫ରନ୍‌) ଓ ଫକର୍‌ ଜମାନ (୧୬ ବଲ୍‌ରୁ ୨୫ ରନ୍‌)ଙ୍କ ସହ ଦୁଇଟି ଉପଯୋଗୀ ଭାଗୀଦାର କରି ପାକିସ୍ତାନ ସ୍କୋରକୁ ସେ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।

ତେବେ ନିମ୍ନଭାଗ ବ୍ୟାଟର୍‌ମାନଙ୍କ ବିଫଳତା ଯୋଗୁଁ ଏକ ବଡ଼ ସ୍କୋର୍‌ ଆଡ଼କୁ ଅଗ୍ରସର ହେଉଥିବା ପାକିସ୍ତାନ ୧୬୪ ରନ୍‌ରେ ସୀମିତ ରହିଯାଇଥିଲା । ଇଂଲଣ୍ଡ ପକ୍ଷରୁ ଲିଆମ୍‌ ଡ’ସନ୍‌ ୩ଟି ୱିକେଟ୍‌ ନେଇଥିବାବେଳେ ଜୋଫ୍ରା ଆର୍ଚର୍‌ ଓ ଜେମି ଓଭର୍ଟନ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।