କନକ ବ୍ୟୁରୋ : ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭାରତୀୟ ବ୍ୟାଟର୍ ରିଙ୍କୁ ସିଂ ହଠାତ୍ ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଯାଇଛନ୍ତି । ଏହି କାରଣରୁ ଚେନ୍ନାଇରେ ଚାଲିଥିବା ଭାରତୀୟ ଦଳର ଅଭ୍ୟାସରେ ସେ ଯୋଗ ଦେଇପାରିନଥିଲେ । ସୂଚନା ଅନୁସାରେ ରିଙ୍କୁଙ୍କ ପିତା ଖାନଚନ୍ଦ ସିଂ ଗତ ୪ ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି ।
ତେବେ ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ ତାଙ୍କୁ ଗ୍ରେଟର୍ ନୋଇଡାର ଏକ ହସପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଆସନ୍ତା ଶୁକ୍ରବାର ହେବାକୁ ଥିବା ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ସୋମବାର ଚେନ୍ନାଇରେ ପହଞ୍ଚିଥିଲା । ଦଳ ସହିତ ରିଙ୍କୁ ମଧ୍ୟ ଚେନ୍ନାଇ ଆସିଥିଲେ ବି ମଙ୍ଗଳବାର ସକାଳେ ଆଲିଗଡ଼ ଅଭିମୁଖେ ଯାତ୍ରା କରିଥିଲେ ।
ଏହି କାରଣରୁ ସେ ମଙ୍ଗଳବାର ହୋଇଥିବା ଭାରତୀୟ ଦଳର ଅଭ୍ୟାସରେ ଯୋଗ ଦେଇପାରିନଥିଲେ । ଏପରିକି ତାଙ୍କ ପ୍ରତ୍ୟାବର୍ତ୍ତନ ସଂପର୍କରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ଏଣୁ ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ସେ ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/24/rinku-singh-2026-02-24-23-35-06.jpg)