କନକ ବ୍ୟୁରୋ: ସୁଶିଲ ମେହେର ହେଲେ କଂସ ମହାରାଜ । ତାଙ୍କ ନାଁରେ ବାଜିଲା ମୋହର । ତାଙ୍କ ନାଁ କୁ ବିଧି ଭାବେ ଘୋଷଣା କଲେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ବା ଧନୁଯାତ୍ରା ମହୋତ୍ସବ ସମିତିର ଉପ ସଭାପତି । ୭୮ ତମ ଧନୁଯାତ୍ରା ପାଇଁ ଅଭିନୟ କରିବେ ସୁଶିଲ । ନୂଆ କଂସ ଭାବେ ଏଥର ସୁଶିଲ ମେହେର ହେଲେ ମଥୁରା ନରେଶ କଂସ ମହାରାଜ ।
ଚୁଡ଼ାଖାଇ ଡଙ୍ଗର ଲୋକମହୋତ୍ସବ ଉଦ୍ଯାପିତ ; କଂସ ଦରବାର ଦେଖି ରୋମାଞ୍ଚିତ ହେଲେ ଦର୍ଶକ
ଡ଼ିସେମ୍ବର ୨୪ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା । ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ଵର ସର୍ବ ବୃହତ୍ ଖୋଲା ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳିତ ବର୍ଷ କଂସ ସମେତ ପାତ୍ର, ମନ୍ତ୍ରୀ ପ୍ରମୁଖ କଳାକାରଙ୍କ ଚୟନ ହେବା । ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ପରେ ଧନୁଯାତ୍ରାର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହି ସୂଚନା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/18/bargarh-dhanuyatra-kansa-2025-11-18-12-12-47.jpg)