କନକ ବ୍ୟୁରୋ : ପ୍ରଦୂଷଣ ସାର୍ଟିଫିକେଟ୍ ବାହାର କରିବାକୁ ଯାଉଛନ୍ତି କି । ଏହା ପୂର୍ବରୁ ପୈଠ କରି ନିଅନ୍ତୁ ପୁରୁଣା ବକେୟା ଫାଇନ୍। ଏହା ନଥିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବା ମୁସକିଲ୍ ।
ଅଧିକ ପଢ଼ନ୍ତୁ : ପ୍ରଦୂଷଣ ସାର୍ଟିଫିକେଟ୍ ବିନା ମିଳିବନି ପେଟ୍ରୋଲ: ନିୟମ କଲେ ସରକାର, କେମିତି ହେବ କାର୍ଯ୍ୟକାରୀ?
ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ନମିଳିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଏବେ ସବୁ ପ୍ରଦୂଷଣ ସାର୍ଟିଫିକେଟ୍ କେନ୍ଦ୍ରରେ ଗହଳି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା, ଏ ନିୟମର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଥିଲେ ବି ଏହା ପଛର ରହିଛି ଆଉ ଏକ ବଡ଼ ରହସ୍ୟ। ପୂର୍ବ ଫାଇନ୍ ବକେୟା ଥିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବନି ବୋଲି କହିଛନ୍ତି ପ୍ରଦୂଷଣ ସାର୍ଟିଫିକେଟ୍ ପ୍ରସ୍ତୁତକାରୀ ।
ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ହଜାର ହଜାର ଗାଡ଼ି ମାଲିକଙ୍କ ନାଁରେ ପୂର୍ବରୁ ଅନେକ ଟ୍ରାଫିକ୍ ଫାଇନ୍ ବକେୟା ପଡ଼ିଛି । ଯାହାକୁ ବର୍ଷ ବର୍ଷ ଧରି ପଇଠ କରୁନାହାନ୍ତି ଗାଡ଼ି ଚାଳକ । ଏବେ ନୂଆ ନିୟମ ଅନୁଯାୟୀ ପ୍ରଦୂଷଣ ସାର୍ଟିଫିକେଟ୍ କରିବାକୁ ଗଲେ ଜଣେ ପୁରୁଣା ବକେୟା ଫାଇନ୍ ପୈଠ କରିବା ପାଇଁ ପଡ଼ିବ । ଫାଇନ୍ ଆଦାୟ ପାଇଁ ସରକାରଙ୍କର ଏହା ଏକ ମାଷ୍ଟରପ୍ଲାନ୍ ବୋଲି କୁହାଯାଉଛି। ତେବେ କେତେ ସଫଳ ହେଉଛି ଏ ଯୋଜନା ତାହା ସମୟ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/23/rto-2025-12-23-18-48-13.jpg)