ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍: ଜାଣନ୍ତୁ, କେଉଁଠି କେଉଁଠି?

Advertisment

ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିବା ପରେ ସରକାରଙ୍କ ପକ୍ଷରୁ ଆଉ ୨ ନୂଆ ତହସିଲ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି ।

ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିବା ପରେ ସରକାରଙ୍କ ପକ୍ଷରୁ ଆଉ ୨ ନୂଆ ତହସିଲ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି ।

bhubaneswar tehsil

bhubaneswar tehsil Photograph: (kanak news)

କନକ ବ୍ୟୁରୋ: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିବା ପରେ ସରକାରଙ୍କ ପକ୍ଷରୁ ଆଉ ୨ ନୂଆ ତହସିଲ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକ‌ା‌ଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ପୂର୍ବରୁ ଥିବା ୨୮ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ସର୍କଲକୁ ୩ଟି ତହସିଲ ଅଫିସ୍‌ ଅଧୀନରେ ଭାଗ ଭାଗ କରିବା ପାଇଁ ନୀଳ ନକ୍ସା ପ୍ରସ୍ତୁତ ହୋଇଛି । 

ଏବେ ଉପକଣ୍ଠରେ ଜମି କିଣାବିକା ଅଧିକ ହେଉଛି । ସହର ଖଣ୍ଡଗିରି ଓ ରସୁଲଗଡ଼ ଦିଗରେ ବଢୁଛି । ତେଣୁ ଏହି ୨ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କର ଜମି କିଣାବିକା, ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମସ୍ୟା ହେଲେ କଳ୍ପନା ସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ିବାକୁ ହେଉଛି । ସେଥିପାଇଁ ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ତହସିଲ ଅଧୀନରେ ସୁନ୍ଦରପଦା, ଭୁବନେଶ୍ୱର, ଇତିପୁର, ଧଉଳି ଓ ଶିଶୁପାଳ ଭଳି ୯ଟି ଆର୍‌ଆଇ ସର୍କଲ ରହିବାକୁ ଯୋଜନା ହୋଇଛି । ସେହିଭଳି  ନୂଆ ଖୋଲା ହେବାକୁ ଥିବା ରସୁଲଗଡ଼ ଅଞ୍ଚଳରେ ଗାଡ଼କଣ, ବାସୁଆଘାଇ, ଲକ୍ଷ୍ମୀସାଗର, ଗଡ଼ଗୋବିନ୍ଦପ୍ରସାଦ, ପାଣ୍ଡରାକୁ ମିଶାଇ ୯ଟି ଆର୍‌ଆଇ ସର୍କଲ ରହିବ । ଖଣ୍ଡଗିରିରେ ହେବାକୁ ଥିବା ଆର୍‌ଆଇ ସର୍କଲରେ ପାଇକରାପୁର, ପାତ୍ରପଡ଼ା, ଜାଗମରା, ତମାଣ୍ଡୋ, ଘାଟିକିଆ ସମେତ ୧୦ଟି ସର୍କଲ ରହିବ । ଏହା ସରକାରୀ ଅନୁମୋଦନ ପାଇବା ପରେ ନୂଆ ତହସିଲ ଅଞ୍ଚଳକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

ଆହୁରି ପଢ଼ନ୍ତୁ : ବିଜେପିକୁ ସୋନିଆଙ୍କୁ ସମାଲୋଚନା ; କହିଲେ, 'ନେହେରୁଙ୍କୁ ନାମ ଲିଭାଇ ଦେବାକୁ ଷଡ଼ଯନ୍ତ୍ର ହେଉଛି'

ସୂଚନାଯୋଗ୍ୟ, ଜମି କିଣାବିକାଠାରୁ ଆରମ୍ଭ କରି ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତି ପ୍ରମାଣପତ୍ର ଓ ଅନ୍ୟ ପ୍ରମାଣପତ୍ର ପାଇଁ ଦୈନିକ ହଜାର ହଜାର ବ୍ୟକ୍ତି ଭୁବନେଶ୍ୱରର ଏକମାତ୍ର ତହସିଲକୁ ଦୌଡ଼ୁଥିଲେ । ପାତ୍ରପଡ଼ାରୁ ଆରମ୍ଭ କରି ପଟିଆ, ସାମନ୍ତାରାପୁରରୁ ପାଣ୍ଡରା ପର୍ଯ୍ୟନ୍ତ ଲୋକେ ସମସ୍ତେ ଗୋଟିଏ ତହସିଲ ଉପରେ ନିର୍ଭର କରୁଥିଲେ । ତେଣୁ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଭାରାକ୍ରାନ୍ତ ରହୁଥିଲେ । ଲୋକଙ୍କ କାମ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରୁ ନଥିଲା । ଏଭଳି ହେବା ଦ୍ବାରା ଆଉ ସମସ୍ତଙ୍କ ପାଖରୁ ଚାପ କମିବ । ପୂର୍ବରୁ ଭୁବନେଶ୍ବର ତହସିଲ ଅଧୀନରେ ୨୦ଟି ପଞ୍ଚାୟତ ପାଇଁ ୧୩ଟି ଆର୍‌ଆଇ ସର୍କଲ ରହିଥିଲା । ବିଭିନ୍ନ ଜମିବାଡ଼ି କାରବାରରେ ଆର୍‌ଆଇମାନଙ୍କ ରିପୋର୍ଟ ଆବଶ୍ୟକତା ପଡ଼ୁଥିଲା । ଜଣେ ଜଣେ ଆର୍‌ଆଇଙ୍କ ଅଧୀନରେ ୧୫ରୁ ୨୦ ରାଜସ୍ବ ଗ୍ରାମ ରହୁଥିଲା ।

ଆହୁରି ପଢ଼ନ୍ତୁ : ଇଣ୍ଡିଗୋ ବିମାନ କମ୍ପାନିକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍ : ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ଜମିବାଡ଼ି କାରବାର ବଢ଼ୁଥିବାରୁ ଆର୍‌ଆଇମାନେ ଏହି ସବୁ ଗ୍ରାମମାନଙ୍କୁ ଯାଇ ଧାର୍ଯ୍ୟ ସମୟରେ କ୍ଷେତ୍ର ରିପୋର୍ଟ ପ୍ରସ୍ତୁତ କରିବା ସମ୍ଭବ ହେଉ ନଥିଲା । ଏବେ ଭୁବନେଶ୍ବର ତହସିଲରେ ଆଉ ୨ ନୂଆ ତହସିଲ ନିଷ୍ପତ୍ତି ହୋଇଥିବା ବେଳେ ଆର୍‌ଆଇ ସର୍କଲ ମଧ୍ୟ ଆଉ ୧୫ଟି ବୃଦ୍ଧି ପାଇଛି । ନୂଆ ୧୫ ଆର୍‌ଆଇ ସର୍କଲ ପାଇଁ ପ୍ରକ୍ରିୟା ଦେଢ଼ ବର୍ଷ ତଳୁ ଆରମ୍ଭ ହୋଇସାରିଛି । କିନ୍ତୁ ଏଥିରୁ ଗୋଟିଏ ହେଲେ କୋଠା ସମ୍ପୂର୍ଣ୍ଣ ହୋଇନି । ଏହା କେବେ ସମ୍ପୂର୍ଣ୍ଣ ହେବ ଓ ଲୋକେ କେବେ ଘର ପାଖରେ ସୁବିଧା ପାଇବେ ସେ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି । ଏ ନେଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମସ୍ତ ପ୍ରକ୍ରିୟାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆମେ ୨ ପ୍ରକାର ନକ୍ସା ପ୍ରସ୍ତୁତ କରିଛୁ । ଖୁବ୍‌ଶୀଘ୍ର ଏହା ସରକାରଙ୍କ ନିକଟକୁ ପଠାଇବୁ । ସରକାର ନକ୍ସାରେ ମୋହର ମାରିଲେ ନୂଆ ତହସିଲର ସୀମା ନିର୍ଦ୍ଧାରିତ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe