କନକ ବ୍ୟୁରୋ: ଇଣ୍ଡିଗୋ ବିମାନ କମ୍ପାନିକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍। ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ। ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) ଇଣ୍ଡିଗୋର ସିଇଓ ପିଟର୍ ଏଲବର୍ସଙ୍କୁ ଏକ ସୋ-କଜ୍ ନୋଟିସ୍ ଜାରି କରିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ର ବଢ଼ୁଥିବା ଫ୍ଲାଇଟ୍ ବିଳମ୍ବ, ବାତିଲ୍ ଏବଂ ଅପରେସନାଲ୍ ବିଭ୍ରାଟ ପାଇଁ ସ୍ପଷ୍ଟୀକରଣ ଦାବି କରିଛନ୍ତି । ତାଙ୍କୁ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ନଖିଲେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ଆହୁରି ପଢ଼ନ୍ତୁ : ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟିଯିବାକୁ ୨୩ ଜଣ ଜୀବନ୍ତ ଦଗ୍ଧ
DGCA କହିଛି ଯେ, ପ୍ରତିଦିନ ଶହ ଶହ ଫ୍ଲାଇଟ୍ ବାତିଲ୍ ହେବା ଯୋଗୁଁ ଯାତ୍ରୀମାନଙ୍କୁ “ଗମ୍ଭୀର ଅସୁବିଧା, କଷ୍ଟ ଏବଂ ମାନସିକ ଯନ୍ତ୍ରଣା” ଭୋଗୁଛନ୍ତି । ସେପଟେ ଇଣ୍ଡିଗୋ ବିମାନ ଚଳାଚଳରେ ବିଶୃଙ୍ଖଳା ଯୋଗୁ ଅନେକ ଏୟାରଲାଇନ୍ସ ସଂସ୍ଥା ହଠାତ୍ ଟିକେଟ ଦର ବଢ଼ାଇ ଦେଇଛନ୍ତି। କେନ୍ଦ୍ର ସରକାର ଏହାର ପ୍ରତିକାର ପାଇଁ ପଦକ୍ଷେପ ନେଇଛନ୍ତି। ବିମାନ କମ୍ପାନିଗୁଡ଼ିକ ମନଇଚ୍ଛା ଟିକେଟ ବୃଦ୍ଧି କରିପାରିବେ ନାହିଁ । ସରକାର ଏଥିପାଇଁ ଭଡ଼ା ଧାର୍ଯ୍ୟ କରିଛନ୍ତି । କୌଣସି ବିମାନସେବା କମ୍ପାନି ନିର୍ଦ୍ଧାରିତ ସୀମାଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୫ଶହରୁ ୧ ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ଯାତ୍ରା ଲାଗି ବିମାନ ଭଡ଼ା ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ସେହିପରି ୧ ହଜାରରୁ ୧୫ ଶହ କିଲୋମିଟର ଯାତ୍ରା ପାଇଁ ସର୍ବାଧିକ ୧୫ ହଜାର ଏବଂ ୧୫ ଶହ କିଲୋମିଟରରୁ ଅଧିକ ଦୂର ଯାତ୍ରା ପାଇଁ ସର୍ବାଧିକ ୧୮ ହଜାର ଟଙ୍କା ବିମାନ ଟିକେଟ୍ ଦର ଧାର୍ଯ୍ୟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/04/indigo-2025-12-04-09-16-44.jpg)