କନକ ବ୍ୟୁରୋ: ଖୋର୍ଦ୍ଧାର ନନ୍ଦିଘୋଷ ହସ୍ପିଟାଲ ସିଲ୍। ରାଜ୍ୟ PCPNDT ସେଲ୍ ଓ ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମିଳିତ ଚଢାଉ ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଅଳ୍ପ ଦୂରରେ ଥିବା ନନ୍ଦିଘୋଷ ହସ୍ପିଟାଲ୍ ସିଲ୍ କରାଯାଇଛି। ବେଆଇନ୍ ଅଲଟ୍ରାସାଉଣ୍ଡ୍ କରିବା ଅଭିଯୋଗରେ ରାଜ୍ୟ ଟିମ୍ ହସ୍ପିଟାଲ୍ ଭିତରେ ଥିବା ଅଲଟ୍ରାସାଉଣ୍ଡ୍ ରୁମକୁ ସିଲ୍ କରିଦେଇଛି। ତା’ ସହିତ ଅଲଟ୍ରାସାଉଣ୍ଡ୍ ମେସିନର ହାର୍ଡ ଡିସ୍କ ଓ ରେଜିଷ୍ଟର ଯାଞ୍ଚ କରିଛନ୍ତି। ଚଢ଼ାଉ କରି ସମସ୍ତ ରେକର୍ଡ ପତ୍ର ଉଠାଇ ନେଇଛନ୍ତି।
ଆହୁରି ପଢ଼ନ୍ତୁ : ଆଜି ମୁଖ୍ୟମନ୍ତ୍ରୀ କରିବେ ମା’ ତାରିଣୀ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ
ପୂରା କାଗଜପତ୍ର ଯାଞ୍ଚ କଲା ପରେ ପିସିପିଏନଡିଟି ଆକ୍ଟ ଆନୁସାରେ ଅଲ୍ଟ୍ରାସାଉଣ୍ଡର ଦୁଇ ମାଲିକାନାଙ୍କ ନାଁରେ ମାମଲା ରୁଜୁ ହେବ ବୋଲି ରାଜ୍ୟ ଟିମ୍ ସ୍ପଷ୍ଟ କରିଛନ୍ତି। ନନ୍ଦିଘୋଷ ହସ୍ପିଟାଲରେ ଅଲଟ୍ରାସାଉଣ୍ଡକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ଥିଲା। ବହୁ ଅନୈତିକ କାର୍ଯ୍ୟ ଏଠାରେ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ସେଥିପାଇଁ ରାଜ୍ୟ ଟିମ୍ ଚଢ଼ାଉ କରିବାକୁ ନିଷ୍ପତ୍ତି ନେଇଥିଲା। ଲିଙ୍ଗ ନିରୂପଣ ସମ୍ପର୍କିତ ଯଦିଓ କୌଣସି ଠୋସ୍ ପ୍ରମାଣ ଟିମ୍ର ହସ୍ତଗତ ହୋଇନାହିଁ, କିନ୍ତୁ ଲିଙ୍ଗ ନିରୂପଣର ସମସ୍ତ ବ୍ୟବସ୍ଥା ଏଠାରେ ଅଛି ବୋଲି ଚଢାଉ କରିଥିବା ଅଧିକାରୀ ମାନେ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/07/khordha-hospital-seal-2025-12-07-09-03-58.jpg)