କନକ ବ୍ୟୁରୋ: ବିହାର ନିର୍ବାଚନରେ ବାଜି ମାରିଛି ଏନଡିଏ । ଆଉ ଏବେ ସରକାର ଗଠନ କରିବାର ସମୟ । ବିହାରରେ କେଉଁ ଫର୍ମୁଲାରେ ଏଥର ସରକାର ହେବ, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ଏହାରି ଗୋଟିଏ ବଡ଼ କଥା ସାମ୍ନାକୁ ଆସିଛି । କୁହାଯାଉଛି ବିହାରରେ ଚିରାଗ ପାସଓ୍ୱାନଙ୍କୁ ମିଳିପାରେ କିଛି ବଡ଼ ଦାୟିତ୍ୱ । ଖାସ୍ କରି ବିଜେପି ତାଙ୍କୁ ଡେପୁଟି ସିଏମ୍ ଆସନରେ ବସାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ବିହାରରେ ଏଥର ନୀତିଶ କୁମାରଙ୍କ ନେତୃତ୍ୱରେ ସରକାର ଗଢ଼ାଯିବା ଏକପ୍ରକାର ପକ୍କା । ହେଲେ ଏଥର ସରକାରରେ ଦୁଇ ଜଣ ଡେପୁଟି ସିଏମ୍ ରହୁଛନ୍ତି ନା ୩ ଜଣ ଡେପୁଟି ସିଏମ୍ ହେଉଛନ୍ତି, ତାକୁ ନେଇ ଗୋଟିଏ ଚର୍ଚ୍ଚା ଜନ୍ମ ନେଇଛି । କୁହାଯାଉଛି ପୂର୍ବ ଥର ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ ବି, ଏଥର ୩ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିପାରନ୍ତି । ଦୁଇ ଜଣ ବିଜେପିର ନେତା ଆଉ ତା ସହ ଜଣେ ଏଲଜେପି ନେତା ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ରହିପାରନ୍ତି । ଆଉ ଯଦି ଏହା ସତ ହୁଏ, ତେବେ ଏଲଜେପି କୋଟାରୁ ଚିରାଗ ପାସଓ୍ୱାନ୍ ଉପ-ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ବୋଲି କୁହାଯାଉଛି ।
ଏନଡିଏର ପୂର୍ବ ସରକାରରେ ସମ୍ରାଟ ଚୌଧୁରୀ ଆଉ ବିଜୟ ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ । ହେଲେ ଦୁହେଁ ରିପିଟ୍ ହେବେ କି ନାହିଁ ତାହା କାହାକୁ ବି ଜଣାନାହିଁ । ତଥାପି ବିଜେପି ନିଜର ଦୁଇ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ । ଆଉ ତୃତୀୟ ଉପ-ମୁଖ୍ୟମନ୍ତ୍ରୀ ପୋଷ୍ଟ ହେଲେ, ଏହି ଆସନ ଚିରାଗ ପାସଓ୍ୱାନଙ୍କୁ ମିଳିପାରେ ।
ଆହୁରି ପଢ଼ନ୍ତୁ : ନୀତୀଶ କୁମାରଙ୍କ ପ୍ରେମ କାହାଣୀ : ଅଧ ରାତିରେ ବାହାରିଥିଲେ ବାଇକ୍ ଧରି...
ଏଥର ଏନଡିଏ ଟିକେଟରୁ ଜିତିଥିବା ବିଧାୟକଙ୍କ ଭିତରେ ସବର୍ଣ୍ଣ ବିଧାୟକଙ୍କ ସଂଖ୍ୟା ଅଧିକ ରହିଛି । ୨୦୨ ବିଧାୟକଙ୍କ ଭିତରୁ ୭୦ ଜଣ ବିଧାୟକ ହେଉଛନ୍ତି ସବର୍ଣ୍ଣ । ତେଣୁ ଜାତିଗତ ସମୀକରଣକୁ ଆଖି ଆଗରେ ରଖି ମନ୍ତ୍ରିମଣ୍ଡଳ ଗଠନ ହେବାର ଚାନ୍ସ ଅଧିକ ରହିଛି । ଅନ୍ୟପଟେ ଚିରାଗ ପାସଓ୍ୱାନ୍ ହେଉଛନ୍ତି ଦଳିତ ନେତା । ତେଣୁ ତାଙ୍କୁ ଯଦି ଉପ-ମୁଖ୍ୟମନ୍ତ୍ରୀ କରାଯାଏ, ତେବେ ସେ ଦଳିତଙ୍କ ବିଶ୍ୱାସର ପାତ୍ର ହେବେ । ଖାସ୍ କରି ଜେଡିୟୁ ପାଖରେ ଦଳିତ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଯାହା ଉପରେ ଏବେ ବିଜେପି ଆଖି ପକେଇଛି । ତେଣୁ ଚିରାଗଙ୍କୁ ଡେପୁଟି ସିଏମ୍ କରି ବିଜେପି ଏହି ଦଳିତ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ: ଆଇନ ମନ୍ତ୍ରୀ
ଚର୍ଚ୍ଚା ହେଉଛି ବିହାରରେ ଏଥର ୬ ବିଧାୟକରେ ଗୋଟିଏ ମନ୍ତ୍ରୀପଦ ମିଳିବାର ଫର୍ମୁଲା ବାହାର କରାଯାଇଛି । ଅର୍ଥାତ ଏହି ଢାଞ୍ଚାରେ ହିଁ ଗଢ଼ାଯିବ ବିହାରର ନୂଆ ସରକାର । ଖାସ୍ ସୂତ୍ରରୁ ଯେଉଁ ତଥ୍ୟ ଏବେ ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ୁଛି, ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରହିଲେ ବି, ମନ୍ତ୍ରୀମଣ୍ଡଳର ପ୍ରମୁଖ ବିଭାଗ କିନ୍ତୁ ବିଜେପି ହାତରେ ରହିବ । ୧୫ରୁ ୧୬ ଜଣ ବିଜେପିର ନେତା ମନ୍ତ୍ରୀ ଭାବେ ନୂଆ ସରକାରରେ ଶପଥ ନେଇପାରନ୍ତି । ସେହିପରି ଜେଡିୟୁର ୧୪ ଜଣ ନେତା ନୀତିଶଙ୍କ ନୂଆ ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ଆଉ ସେହି ଗଣିତ ଅନୁପାତରେ ଚିରାଗ ପାସଓ୍ୱାନଙ୍କ ଦଳକୁ ୩ଟି ମନ୍ତ୍ରୀପଦ ଆଉ ଜୀତନ ରାମ ମାଞ୍ଝୀ ଆଉ ଉପେନ୍ଦ୍ର କୁଶବାହାଙ୍କ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରିପଦ ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/18/chirag-paswan-2025-11-18-13-15-52.jpg)