ନୂଆପଡ଼ାକୁ ନେଇ ଭୁବନେଶ୍ବର ରାଜନୀତି ଉଷ୍ଣ,  ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ

ଏଆଇ ଭିଡିଓକୁ ନଇେ ତମ୍ବିତୋଫାନ । ସରକାରୀ କଳର ଅପବ୍ୟବହାର ଅଭିଯୋଗ ଆଣିଲେ ବିରୋଧୀ

Bhubaneswar politics

Bhubaneswar politics Photograph: (KanakNews)

କନକ ବ୍ୟୁରୋ: ନୂଆପଡାରେ ନିର୍ବାଚନ ପ୍ରଚାର ଥମିବା ପରେ ଭୁବନେଶ୍ବରରେ ଉଷ୍ଣ ହୋଇଛି ରାଜନୀତି । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡି । ଏଆଇ ଭିଡିଓ କରି ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି ଉଭୟ ଦଳ । 
 
ଭୁବନେଶ୍ବର ସ୍ଥିତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶାସକ ଓ ବିରୋଧୀ ଦଳର ପ୍ରତିନିଧି । ଥରେ ନୁହେଁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଏକାଧିକ ଥର ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ପରସ୍ପର ବିରୋଧରେ ଫେରାଦ ହେବାକୁ ପହଁଚିଥିଲେ ବିଜେପି ଓ ବିଜେଡି ପ୍ରତିନିଧି । ଏଆଇ ଭିଡିଓ ଦ୍ବାରା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ମିଛ ଭିଡିଓ କରି, ଭାଇରାଲ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ବିଜେପିର ଆଉ ଏକ ପ୍ରତିନିଧି ଦଳ କମିଶନରେଟ୍ ପୁଲିସର ସାଇବର ସୁରକ୍ଷା ମୁଖ୍ୟଙ୍କୁ ଭେଟି ଦୁବୃର୍ତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 
 

ନୂଆପଡା ପ୍ରାର୍ଥୀ ଚୟନ ନେଇ ବିଜେପିର ବଡ଼ ବୈଠକ,  ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ଆଲୋଚନା

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ବାରା ପ୍ରସ୍ତୁତ ଭିଡିଓ ଓ ସରକାରୀ କଳର ଅପବ୍ୟବହାର ଅଭିଯୋଗ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଦୁଇ ପ୍ରତିନିଧି ଦଳ। ବଣ ବିଛୁଆତି ଭଳି ଏକାଧିକ ଫେକ୍ ଆଇଡ଼ି କରି ବିଜୁବାବୁ ଓ ନବୀନ ବାବୁ, ସ୍ନେହାଙ୍ଗିନୀଙ୍କୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ନିର୍ବାଚନ ଖବର ପ୍ରସାରଣକୁ ନେଇ କଟକଣା ରହିଛି । ଏଆଇ ଭିଡିଓ ଜରିଆରେ ମିଛ ପ୍ରଚାର କଲେ ଦଣ୍ଡବିଧାନର ମଧ୍ୟ ପ୍ରାବଧାନ ରହିଛି । କିନ୍ତୁ କେହି ଏହାକୁ ମାନୁ ନାହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe